ls

୪୦ ଫୁଟ୍‌ ଗଭୀର କୂଅରେ ଖସି ପଡିଲେ ବ୍ୟକ୍ତି : ୨ ଘଣ୍ଟା ପରେ ଉଦ୍ଧାର

sb

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭୀମାପଡ଼ା ଗ୍ରାମର ଜଣେ ବ୍ୟକ୍ତି କୂଅରେ ଖସି ପଡ଼ିଥିଲେ । ୨ ଘଣ୍ଟାର ରେସକ୍ୟୁ ଅପରେସନ ପରେ ପରେ ଅଗ୍ନିଶମ ବାହିନୀ ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଛି । ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭୀମାପଡ଼ା ଗ୍ରାମର ଲକ୍ଷଣ ମହାନ୍ତ ମଙ୍ଗଳବାର ବିଳମ୍ବିତ ରାତିରେ ଅସାବଧାନତା ଯୋଗୁଁ ରାସ୍ତା କଡ଼ରେ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରକୁ ଖସି ପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ୨ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଛି । ଲକ୍ଷ୍ମଣଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

pc pk
Leave A Reply

Your email address will not be published.