ଲୋଇସିଂହା, (କେପିଏନ୍ଏସ୍) : କୋଶଳ ସ୍ୱାଭିମାନ ପଦଯାତ୍ରା ସୋମବାର ସନ୍ଧ୍ୟାରେ ଲୋଇସିଂହାରେ ପହଞ୍ଚିଛି । କଲେଜଛକସ୍ଥିତ ଆଦିବାସୀ କଲ୍ୟାଣ ସଂଘାଂରେ ପଦଯାତ୍ରା ପହଂଚିବା ପରେ ଲୋଇସିଂହା ଆଦିବାସୀ କଲ୍ୟାଣ ସଂଙ୍ଘ ସମେତ ଭୀମ ଆର୍ମି ଓ ବିଭିନ୍ନ ସଂଗଠନ ତଥା ସ୍ଥାନୀୟ ରାଜନୈତିକ ଦଳ ଓ ଜନସାଧାରଣ ପଦଯାତ୍ରାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଅସୁୟା ମନୋଭାବକୁ ବିରୋଧ କରି କୋଶଳ ସ୍ୱାଭିମାନ ପଦଯାତ୍ରା ଆରମ୍ଭ ହୋଇଛି । ଜନଜାଗରଣ ଉଦ୍ଦେଶ୍ୟରେ ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆସନ୍ତା ୨୮ରେ ବରଗଡ଼ରେ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଛି ।
Prev Post