ଛତ୍ରପୁରରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ୪- ୩ ଗୋଲରେ କୋରାପୁଟ ଟିମ ବିଜୟୀ ହୋଇଛି

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଅପରା‌ହ୍ନରେ ଉଦଘାଟିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଜିଲ୍ଲା ପ୍ରଶାସନର ସହଯୋଗରେ ବିଜୁ ସ୍ମାରକୀ ଓ ୟୁରୋ ସ୍କୁଲର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଆୟୋଜିତ ଏହି କ୍ରୀଡା ସଂଗଠନରେ ଆଠ ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଉଦଘାଟନୀ ଦିବସରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପିଡି- ଡିଆରଡିଏ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଗଞ୍ଜାମ ଏସପି. ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଲ୍ଲିକୋଟ ବିଧାୟିକା ସୂର୍ୟ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ତଥା ଏହି ଆଯୋଜନର ଅଭ୍ୟର୍ଥନା କମିଟୀର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା, ପ୍ରାକ୍ତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବ୍ଳକ୍ ଅଧ୍ୟକ୍ଷ ଏମ୍ . ଧନଞ୍ଜୟ ରେଡ୍ଡୀ, ପ୍ରମୁଖ ଯୋଗଦେଇ ଛତ୍ରପୁର ସହରର କ୍ରୀଡାର ମହତ୍ତ୍ୱ ପ୍ରତିପାଦନ କରି ଆଗାମୀଯୁବ ପିଢୀଙ୍କ ମଧ୍ୟରେ କ୍ରୀଡାର ଭବିଷ୍ୟ ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା କରିଥିଲେ । ପ୍ରଥମ ଦିନର ଟୁର୍ଣ୍ଣାମେଣ୍ଟରେ ଗଞ୍ଜାମଦଳ ସହ କୋରାପୁଟ ମଧ୍ୟରେ ଖେଳ ସଂଗଠିତ ହୋଇଥିଲା । ମ୍ୟାଚର ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଲ ନ ହେବାରୁ ପେନାଲଟି ସୁଟ ଆଉଟ ମାଧ୍ୟମରେ ୪- ୩ ଗୋଲରେ କୋରାପୁଟ ଟିମ ବିଜୟୀ ହୋଇଛି । ଗୁରୁବାର ପୂର୍ବାହ୍ନ ୮ଘଣ୍ଟା ସମୟରେ ଭଞ୍ଜନଗର ଟିମ୍ ସହ ଭୁବନେଶ୍ୱର ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଏହି ବର୍ଣ୍ଣାଢ଼ ସମୋରୋହର ମୁଖ୍ୟ ଉଦ୍ୟକ୍ତା ଇରୋ- ସ୍କୁଲର ମୁଖ୍ୟ ରଞ୍ଜନ ମହାପାତ୍ର, ସମସ୍ତ ଦାୟିତ୍ୱ ବହନ କରିଥିବା ବେଳେ ସର୍ବଶ୍ରୀ ଏ.ରାବଣା ରାଓ, ବି.ରାଜିବାବୁ, ଅଟଳ ବିହାରି ପଟ୍ଟନାୟକ, ଟି. ଚନ୍ଦ୍ର ଶେଖର ରାଓ, ବି. ଭେଙ୍କେଟ ରାଓ ପ୍ରମୁଖ ପୂର୍ଣ୍ଣସହଯୋଗ କରି ଆସୁଛନ୍ତି ।

Leave A Reply

Your email address will not be published.