ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ଉପସଭାପତି କିଶୋର ପରିଚ୍ଛା ଚାଲିଗଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ଉପସଭାପତି ତଥା ପିସିସି ସଭ୍ୟ କିଶୋର ପରିଚ୍ଛା(୬୪) ଆଉ ନାହାନ୍ତି । ଆଜି ସକାଳୁ ୫ଟା୫୦ ସମୟରେ ତାଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । କରୋନାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସେ ମାସ୍କ ବଂଟନ ସହ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ କରୋନା ସଂକ୍ରମଣରେ ତାଙ୍କ ଦେହାନ୍ତ ହୋଇଥିବା ତାଙ୍କ ଭାଇ (ଶାଳକ) ସୁଶାନ୍ତ ମହାନ୍ତି ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ତେବେ ପ୍ରାପ୍ତ ସୂଚନା ଅନୁସାରେ ଯାଯପୁର ଟାଉନ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି । କଂଗ୍ରେସ ଦଳର ଜଣେ ଟାଣୁଆ ନେତାଙ୍କୁ ପାଟଣାଗଡ଼ ମାଟି ହରାଇଲା ବୋଲି ମତପ୍ରକାଶ ପାଇଛି । ପରୋପକାରୀ, ବନ୍ଧୁବତ୍ସଳ ତଥା କର୍ମନିଷ୍ଠ ଏବଂ ଗରିବ ଖଟିଖିଆଙ୍କ ସାଥୀ କିଶୋର ପରିଚ୍ଛାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ତାଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.