କରୋନା ଗାଇଡ୍‌ ଲାଇନ୍‌ ଅନୁସାରେ ଖୋଲିଲା ମନ୍ଦିର

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ) : ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ରହିଥିବା ମନ୍ଦିରସବୁ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । କୋଭିଡ ୧୯ ନିର୍ଦ୍ଦେଶାବଳୀ ଅନୁପାଳନ ସହ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀ,ଅଷ୍ଟଶମ୍ଭୁ ସୁବର୍ଣ୍ଣମେରୁ,ବାବା ରାମେଶ୍ବର,ବୈଦ୍ୟନାଥର କୋଶଳେଶ୍ବର,ଚରଦାର କପିଳେଶ୍ବର,ଉଲୁଣ୍ଡାର ମା’ମେଟାକାନୀ ଓ ପାତାଳି ଶ୍ରୀକ୍ଷେତ୍ର ପରି ପ୍ରସିଦ୍ଧ ଦେବାଦେବୀ ପୀଠଗୁଡିକ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଖୋଲିବାକୁ ଅନୁମତି ମିଳିଛି । ସବୁଠି ସାମାଜିକ ଦୂରତା,ମାସ୍କ ପରିଧାନ ଓ ସାନିଟାଇଜ୍ କୁ କଡାକଡି ପାଳନ କରିବାକୁ ବ୍ୟବସ୍ଥା ହୋଇଥିବାବେଳେ ବିଶେଷ ଜନଗହଳିକୁ ବାରଣ କରାଯାଇଛି । ଠିକ୍ ସେହିପରି ରାଜ୍ୟ ସରକାରଙ୍କ ଏସଓପିକୁ ନେଇ ଆଜି ସମଗ୍ର ଜିଲ୍ଲାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହାଇସ୍କୁଲ ଓ +୨ର ଦ୍ବିତୀୟ ଶ୍ରେଣୀ ପାଇଁ ମହାବିଦ୍ୟାଳୟ ଗୁଡିକ ଖୋଲାଯାଇଛି ।

Leave A Reply

Your email address will not be published.