
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମର ବଡବଜାର ଥାନା ଅନ୍ତର୍ଗତ ଶାଗୁଣା ସାହି ଛକ ନିକଟରେ ମଙ୍ଗଳବାର ପ୍ରତ୍ୟୁଷରେ ଜଣେ ଯୁବକକୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଖବର ମିଳିଛି । ସକାଳ ୫ ଘଣ୍ଟା ସମୟରେ ମିଲନ୍ କୁମାର ବେହେରା ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଦୁଇଜଣ ଯୁବକ ଦୁଇଟି ଧାରୁଆ ଅସ୍ତ୍ରରେ ଆତର୍କିତ ଭାବେ ଆକ୍ରମଣ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ମାନେ ବାଇକରେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।