jayashree

ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ

ନୂଆଦିଲ୍ଲୀ : ମଣିଷର ମୌଳିକ ଆବଶ୍ୟକତା ମଧ୍ୟରୁ ଖାଦ୍ୟ ଅନ୍ୟତମ । ଖାଦ୍ୟ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍‌ ମାସ ୭ ତାରିଖରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ । ୨୦୧୮ ମସିହାରେ ଜାତିସଂଘ ମହାସଭା ପକ୍ଷରୁ ଏହି ଦିବସ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଜୁନ୍‌ ୭ ତାରିଖରେ ଏହାକୁ ପାଳନ କରାଯାଉଛି । ଚଳିତବର୍ଷ ଲାଗି ଏହାର ଥିମ୍‌ ରହିଛି, ‘ସୁରକ୍ଷିତ ଭୋଜନ, ଉନ୍ନତ ସ୍ୱାସ୍ଥ୍ୟ’ ।

Leave A Reply

Your email address will not be published.