
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଚାଷୀମାନଙ୍କୁ ବିନା କଟନୀ ଛଟ୍ନୀରେ ଧାନ ଦେବାକୁ ନିବେଦନ କରିଛନ୍ତି । କୌଣସି ବ୍ୟକ୍ତି ଅସାଧୁ ଉପାୟରେ କଟନୀ ପରେ ଧାନ ଉଠାଇବାକୁ ପ୍ରବର୍ତ୍ତିତ କଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅଧ୍ୟକ୍ଷା ତାଙ୍କ କାର୍ଯ୍ୟାଳୟରେ ଧାନ ସଂଗ୍ରହରେ ସଂପୃକ୍ତ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରି ଏପରି ପଦକ୍ଷେପ ନେଇଛନ୍ତି । ଆଲୋଚନା ସମୟରେ ସିଏସଓ, ଡିଆରସିଏସ, ଏଆରସିଏସ ଓ ମିଲର୍ସମାନେ ଉପସ୍ଥିତ ଥିଲେ । କଟନୀ ପାଇଁ ବାଧ୍ୟ କଲେ ୮୪୫୫୮୮୦୧୩୯ (ଅଧ୍ୟକ୍ଷା ମୁକ୍ତା ସାହୁ) ନମ୍ବରରେ ଯୋଗାଯୋଗ କରିବାକୁ ଜଣାଇଛନ୍ତି ।