ବିଜୁ ମହିଳା ସମ୍ମୁଖ୍ୟର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍‌-ରୁମ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଆନୁକୂଲ୍ୟରେ ବିଜୁ ମହିଳା ଜନତାଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସଶକ୍ତିକରଣ କରିବା ସହ ସେମାନଙ୍କ ନିମନ୍ତେ ବିଭିନ୍ନ ଯୋଜନାମାନ କରିଛନ୍ତି । ମହିଳାମାନଙ୍କ ନିମନ୍ତେ ସଂରକ୍ଷଣ ଅଧିକ କରିବା ସହ ସେମାନେ ସ୍ୱାବଲମ୍ବୀ ହେବା ସହ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ନିମନ୍ତେ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ମାଆ ମାନଙ୍କୁ ବିଭିନ୍ନ ଉପାୟରେ ସ୍ୱାବଲମ୍ବୀ କରାଯାଉଛି । ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ଗୁଡିକ କିପରି ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥି ନିମନ୍ତେ କାର୍ଯ୍ୟ କରିବା ପାଇଁ ବିଧାୟକ ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଉଲ୍ଲେଖନୀୟ ଭାବାବେଗ ପ୍ରକାଶ କରିଥିଲୋ । ଏହି ବୈଠକରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅମୀତା ସାହୁ, ରମ୍ଭା ଏନଏସିର ପୂର୍ବତନ ଅଧ୍ୟକ୍ଷା ତଥା ବିଜେଡି ମହିଳା ଜିଲ୍ଲା ଉପ-ସଭାନେତ୍ରୀ ସୌଦାମିନୀ ବିଶ୍ୱାଳ, ଛତ୍ରପୁର ଏନଏସିର ପୂର୍ବତନ ଅଧ୍ୟକ୍ଷା ଜି.ଆରତୀ, ପୂର୍ବତନ କାଉନସିଲର କେ. କ୍ରାନ୍ତି, ଟି. ଧନଲକ୍ଷ୍ମୀ ଓ ବି. ଜୟନ୍ତୀ କୁମାରୀ ଦୋରା, ସନ୍ତୋଷୀ ସେଠୀଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ମହିଳା ନେତ୍ରୀ ତଥା ସରପଞ୍ଚ, ସମିତିସଭ୍ୟା ଏବଂ ବହୁ ମହିଳା ନେତ୍ରୀ, ବିଭିନ୍ନବର୍ଗର ମହିଳା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଭର୍ଚ୍ଚୁୱାଲ୍ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର କନିଷି ଠାରେ ବିଜେଡି ମହିଳା ସାମ୍ମୁଖ୍ୟର ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ସଂଯୋଜନାରେ ସଂଗଠିତ ଜିଲ୍ଲାସ୍ତରୀୟ ବିଜେଡି ମହିଳା କାର୍ୟ୍ୟକାରିଣୀ ବୈଠକ ସହ ମିଳିତ ହୋଇ ଛତ୍ରପୁର ବୈଠକ ଯୋଡି ହୋଇଥିଲେ । କନିଷି ଠାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ସାମାରୋହରେ ଶିଳ୍ପ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତା ସଚିବ ଗୋପବନ୍ଧୁ ଦାଶ୍, ଶ୍ରୀମତୀ ଗୀତରାଣୀ ବସ୍ତିଆ, ସୁବାଷ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ବୈଠକ ସହ ଭର୍ଚ୍ଚୁୱାଲ୍-ମିଟ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା ଓ ବି. ସୁଦାମ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ, ଯୁବ-ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ଯୁବ ବିଜେଡି ଛତ୍ରପୁର ବ୍ଲକ ସମ୍ପାଦକ ସପନ ନାହାକ, ସନମୁଖ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱତନ୍ତ୍ରଭାବେ ଟି.ଚନ୍ଦ୍ରଶେଖର ରାଓ ଛତ୍ରପୁରର କାର୍ୟ୍ୟକ୍ରମରେ ପୂର୍ଣ୍ଣ ସହଯୋଗ ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.