ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବରଦାନୀ ଭବନଠାରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟର ସହଯୋଗରେ ଆଜି ବରପାଲି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ସ୍ୱାସ୍ଥ୍ୟ, ଭଲ ମଣିଷ ଏବଂ କ୍ରୀଡା ଉପରେ ଅଖିଳ ଭାରତୀୟ ସ୍ଥରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରପାଲି ତହସିଲଦାର ରୁକ୍ମଣ ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୀତା ରାଜସ୍ଥାନରୁ ଆସି ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ, ଅତିଥି ପରିଚୟ ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା । ଭଉଣୀ ସୁଗନ୍ଧା ସାହୁ ବାବାଙ୍କ ଗୀତରେ ନୃତ୍ୟାଭିନୟ ବେଶ୍ ଆକର୍ଷଣୀୟ ହୋଇଥିଲା । ଜ୍ୟୋତି ମଂଚ ପରିଚାଳନା କରିଥିଲେ । ପରିଶେଷରେ ବରପାଲିର ପ୍ରସିଦ୍ଧ ଖେଳାଳୀ ନିକିତା ବିଶି ଓ କୋଚ୍‌ଙ୍କୁ ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.