centurian jitm

ସମାଜସେବୀ ଲଳିତ ନାୟକଙ୍କ ଆରୋଗ୍ୟ କାମନା ପୂର୍ବକ ବଲାଙ୍ଗିର କରଣ ସମାଜର ପୂଜାର୍ଚ୍ଚନା

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା କରଣ ସମାଜ ପକ୍ଷରୁ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କୁ ଆରୋଗ୍ୟ କାମନା କରି ଭଗବାନ ଚିତ୍ରଗୁପ୍ତଙ୍କ ନିକଟରେ ସ୍ୱତନ୍ତ୍ର ସାନ୍ଧ୍ୟ ଆଳତି ଓ ପ୍ରାର୍ଥନା କାର୍ୟ୍ୟକ୍ରମ ଆୟୋଜନ ହୋଇଯାଇଛି । ଏଥିରେ ସମାଜର ସଦସ୍ୟ ସଦସ୍ୟାମାନଙ୍କ ବ୍ୟତୀତ ବିଭିନ୍ନ ସମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦାନ କରି ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ ଯେ, ବିଶିଷ୍ଟ ସମାଜସେବୀ ତଥା ଶ୍ରମିକନେତା ଗୁରୁତର ଅସୁସ୍ଥ ହୋଇ ସଂପ୍ରତି ଭୁବନେଶ୍ୱର ଠାରେ ଚିକିତ୍ସାଧିନ ଅଛନ୍ତି । ବଲାଙ୍ଗିର କରଣ ସମାଜ ପକ୍ଷରୁ ଅତୀତରେ କରାଯାଇଥିବା ବିଭିନ୍ନ ଜନହିତକର କାର୍ୟ୍ୟ ତଥା ସେବା ଧର୍ମି କାର୍ୟ୍ୟକ୍ରମ ଗୁଡିକରେ ଶ୍ରୀ ନାୟକ ସକ୍ରିୟ ଅଂଶଗ୍ରହଣ ପୂର୍ବକ ସମସ୍ତଙ୍କୁ ଉତ୍ସାହିତ କରି ଆସିଥିବାରୁ ତାଙ୍କର ଅସୁସ୍ଥତା ନେଇ ସଦସ୍ୟ ସଦସ୍ୟାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଥିରେ ସମାଜର ସଭାପତି ଅସିମ ପଟ୍ଟନାୟକ, ବରିଷ୍ଠ ଉପଦେଷ୍ଟା ସୁବାସ ମହାନ୍ତି, ରବି ନାରାୟଣ ବହିଦାର କର୍ମକର୍ତ୍ତା ଅନାଦି ପଟ୍ଟନାୟକ, ସଂଗ୍ରାମ ବହିଦାର, ବିଷ୍ଣୁପ୍ରୀୟା ବହିଦାର, ସ୍ମିତା ପଟ୍ଟନାୟକ, ବାଳକୃଷ୍ଣ ପଟ୍ଟନାୟକ, ଚରଣଜିତ ସାହାଣୀ, ଅଜିତ କୁମାର ଦାସ, ତାପସ ରଂଜନ ମହାନ୍ତି, ସତ୍ୟନାରାୟଣ ମିଶ୍ର , ସମ୍ବାଦିକ ସଂଘର ସଭାପତି ହରିନାରାୟଣ ପୁଜାରି, ବିଙ୍ଗ୍ ହ୍ୟୁମେନ ଫାଉଣ୍ଡେସନର ସୋମନାଥ ମିଶ୍ର , ମାହେଶ୍ୱରୀ ସଂଗଠନର ଅଙ୍କୁଶ କୁମାର ପାଣ୍ଡିଆ , ଜିବନବୀମା ସଂଗଠନର ରାମ ପ୍ରସାଦ ପାଣିଗ୍ରାହୀ. ଲକ୍ଷ୍ମୀଜୋର ଶ୍ରମିକ ସଂଗଠନର କୃଷ୍ଣ ଘିଭେଲା ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.