ମଣିମା ଶୁଣିବା ହେଉ ବନ୍ଦନାର ଡାକ !

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ସ୍ଥିତ ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରି ବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛିି । ଯାହାଦ୍ୱାରା ସେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । କେତେ ଯେ ଆଶା ନେଇ ଝିଅକୁ ପାଠ ପଢ଼ାଇ ମଣିଷ ପରି ମଣିଷ ଟିଏ କରିବେ ବୋଲି ସ୍ୱପ୍ନ ଦେଖିଥିବା ସୋନୁ ଆଜି ନିସହାୟି । ସୋନୁ ବାଗ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏକ ବ୍ୟକ୍ତି ଅଟନ୍ତି, ଯିଏ ପ୍ରତ୍ୟହ ମଜୁରୀ କରି ପରିବାର ପ୍ରତିପୋଷଣ କରିଥାଆନ୍ତିି । ବନ୍ଦନାକୁ ମିଶେଇ ତାଙ୍କର ୪ ପୁଅଝିଅ ଅଛନ୍ତିି । ବର୍ତ୍ତମାନ ତାଙ୍କର ଆର୍ଥିକ ଅବସ୍ଥା ଠିକ ନାହିଁ, ଯାହାଦ୍ୱାରା ସେମାନେ ବନ୍ଦନାର ଚିକିତ୍ସା କରିବା ପାଇଁ ଅସମର୍ଥି । ବନ୍ଦନାର ଏହି ମାନସିକ ବିକୃତି ରୋଗ ଦେଖାଦେଲା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨୦୧୮ ଏକ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଛି, ଯାହାର ନମ୍ବର ହେଉଛି OD0120820070070043 । କିନ୍ତୁ ସେହି ଆଧାରରେ ତାଙ୍କୁ ଭିନ୍ନକ୍ଷମ ଭତ୍ତା ସହିତ ଅନ୍ୟାନ୍ୟ କୌଣସି ସହାୟତା ଆଜି ପର୍ୟନ୍ତ ମିଳି ପାରିନାହିଁ । ଏନେଇ ପରିବାର ଲୋକେ ଅନେକ ଥର ପଞ୍ଚାୟତ ରେ ଅଭିଯୋଗ କରିଛନ୍ତିି । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ଫଳ ମିଳିନାହିଁ । ବନ୍ଦନାର ଉଚ୍ଚତର ଚିକିତ୍ସା କରାଗଲେ ହୁଏତ ତାଙ୍କ ରୋଗ ଭଲ ହୋଇଯାଇପାରିବ, କିନ୍ତୁ ଏଥିପାଇଁ ଆର୍ଥିକ ରୂପେ ଅକ୍ଷମ ସୋନୁ ବାଗଙ୍କୁ ସରକାରୀ ସ୍ତରରେ ଚିକିତ୍ସା ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଏହାଛଡା ବର୍ତ୍ତମାନ ବନ୍ଦନାଙ୍କୁ ଶୀଘ୍ର ଭିନ୍ନକ୍ଷମ ଭତ୍ତା ପ୍ରଦାନ, ଅନ୍ତୋଦୟ ରାସନ କାର୍ଡ ଯୋଗେଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.