om academy

କରମସାନୀ ପୂଜା ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଧାରୋଲ ଗ୍ରାମରେ ତିନି ବର୍ଷ ଧରି ଅନୁଷ୍ଠିତ ହେଉଛି କରମସାନୀ ପୂଜା । ଏ ବର୍ଷ ମଧ୍ୟ କରୋନା କଟକଣାକୁ ଆଖିରେ ରଖି କରମସାନୀ ପୂଜା ଅନୁଷ୍ଠିତ ହୋଇଅଛି । ଏହି ପୂଜାର ପରିଚାଳନା ଦାୟିତ୍ୱରେ ଥିଲେ ଗ୍ରାମର ବହୁତ କରମସାନୀ ପ୍ରେମୀ ।

କରମା ପୂଜାରେ ଦେବୀଙ୍କର ପୂଜା ପଶ୍ଚିମାଚଂଳରେ କେଉଁ ଆବହମାନ କାଳରୁ ହୋଇ ଆସୁଛନ୍ତି । ମୁଖ୍ୟତଃ ଆଦିବାସୀ ସଂପ୍ରଦାୟର ଲୋକମାନେ ଏହି ପୂଜା କରି ଥାଆନ୍ତି । ଏହି ପୂଜାରେ ଗଛର ଡାଳକୁ ମାଁ କରମସାନୀ ରୂପରେ ପୂଜା କରିଥାଆନ୍ତି । ଡାଳକୁ ଗୋଟେ ଚୋଟ ହାଣି ଟାଙ୍ଗିଆରେ ଗଛ ତଳେ ପୂଜା କରି ମାଁ କରମସାନୀଙ୍କୁ ବରଣ କରି ଆଣନ୍ତି । ବରୁଆ ଦେହରେ ମାଁ କରମସାନୀ ଓହ୍ଲାଇ ଆସନ୍ତି ଏବଂ ଗ୍ରାମର ମଧ୍ୟ ଭାଗରେ ମାଁଙ୍କୁ ସ୍ଥାପନ କରାଯାଏ । ସମସ୍ତଙ୍କର ମାନସିକ ପୂରଣ କରନ୍ତି ମାଁ କରମସାନୀ ବୋଲି ବିଶ୍ବାସ ରହିଛି । ଯାହାର ମାନସିକ ପୁରଣ ହୁଏ, ସେ କରମା ପୂଜା କରେ । ରାତ୍ରି ସାରା ପୂଜା ଚାଲିଥାଏ ଏବଂ ରାତ୍ରିରେ ମାଦଲର ବାୟକ ଗାୟକ ସୁରେ ସୁରେ ମାଁ କରମସାନୀଙ୍କର ଭଜନ ଜଣାଣ କରିଥାଆନ୍ତି ଏବଂ କାହାଣୀ କହନ୍ତି ପୂଜାରୀ ।
ସକାଳ ହେଲେ ମାଁଙ୍କୁ ବିର୍ସଜନ ପାଇଁ ଗାଁ ନଦୀକୁ ନେବା ବେଳେ ମାଁ କରମସାନୀ ପୁଣି ବରୁଆ ଦେହରେ ଓହ୍ଲାଇ ଆସନ୍ତି ଏବଂ ଗ୍ରାମର ସବୁ ମାଁ ମାଉସୀ ମାଁଙ୍କୁ ପାଦ ଧୋଇ ମୁଣ୍ଡିଆ ମାରନ୍ତି ।

Leave A Reply

Your email address will not be published.