ସହରରେ କାଲିଠୁ ଖୋଲିବ ଚା’ ଦୋକାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରରେ କାଲିଠୁ ସର୍ତ୍ତମୂଳକ ଭାବେ ଚା’ ଦୋକାନ ଖୋଲିଯିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛି । କିଛି ମାସ ହେଲା ସହରରେ ଚା’ ଦୋକାନଗୁଡ଼ିକ ବନ୍ଦ ଥିବା ବେଳେ ଚା’ ଦୋକାନୀମାନଙ୍କ ଆର୍ଥିକ ଅବସ୍ଥା ବିଗିଡ଼ି ଯାଇଥିଲା । ସେମାନେ ଏ ସଂପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରୀ କରିବା ସତ୍ତେ୍ୱ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଚା’ ଦୋକାନ ଗୁଡ଼ିକୁ ବନ୍ଦ ରଖିବା ପାଇଁ ବାଧ୍ୟ ହୋଇଥିଲା । ତେବେ ଗତକାଲି ଚା’ ଦୋକାନୀ ସଂଘର କର୍ମକର୍ତ୍ତାମାନେ କୌଣସି ମତେ ଆଜି ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି କ୍ରମରେ ସଂଘର ସଭାପତି ସୋମନାଥ ସାହୁ ଡେଲିମାର୍କେଟ ସ୍ଥିତ ନିଜ ଚା’ ଦୋକନ ଖୋଲିଥିଲେ । ତେବେ ନିୟମ ଉଲଂଘନରେ ତାଙ୍କୁ ପୋଲିସ ଥାନାକୁ ଆଣିଥିଲା । ପରେ ପରେ ସଂଘର ବିଭିନ୍ନ କର୍ମକର୍ତ୍ତା ଥାନାକୁ ଆସି ପୁଣି ଥରେ ନିଜର ଦୋକାନ ଖୋଲିବାର ଦାବୀ ଜିଲ୍ଲା ପ୍ରଶାସନ ସାମ୍ନାରେ ଉପସ୍ଥାପନ କରିଥିଲେ । ତେବେ ଆର୍ଥିକ ଅସୁବିଧାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ପ୍ରଶାସନ ସହର ତଥା ଆଖପାଖ ଅଂଚଳରେ ସକାଳ ୬ଟାରୁ ଦିନ ସାଢେ଼ ୧୨ଟା ପର୍ଯ୍ୟନ୍ତ ଚା’ ଦୋକାନ ଖୋଲିବାକୁ ଅନୁମତି ଦେବା ସହ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଛାଡ଼ି ଦିଆଯାଇଥିଲା । ଏହି ଅନୁମତି ପତ୍ରରେ ବିଭିନ୍ନ ସର୍ତ୍ତ ରହିଛି । ସେଗୁଡ଼ିକୁ ପାଳନ କରି ଚା’ ଦୋକାନୀମାନେ ନିଜ ନିଜ ଦୋକାନ ଖୋଲି ପାରିବେ ବୋଲି ସୂଚନା ରହିଛି ।

2 Comments
  1. Ajay Kumar Gupta says

    Thanks for this great support and news .
    Somanath Sahu,
    From, RABI TEA STALL,

    1. Koshala Prabaha says

      thanks

Leave A Reply

Your email address will not be published.