jayashree

ବେସାହାରା ପୁଅ ଝିଅଙ୍କ ଦୁଃଖ ଶୁଣିଲେ ପୂର୍ବତନ ସଂସାଦ : ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ

ବେଲପଡା, (କରୁଣାକର ବୁଡେକ) : ବେଲପଡା ବ୍ଲକ ସୁଲେକେଲା ଗାଁରେ ରହୁଥିବା ବେସାହାରା ପରିବାର ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖ ବୁଝିଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଲିକେଶ ନାରୟଣ ସିଂଦେଓ ଏବଂ ସ୍ଥାନୀୟ ପ୍ରଶାସନ ଏପର୍ଯ୍ୟନ୍ତ ପରିବାର ଲୋକଙ୍କ ପାଖରେ ପହଁଚି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହ ପରିବାର ଲୋକଙ୍କୁ ରାସନ, ପେନସନ ଆଦି ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଟ୍ୱିଟର ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଚାଂୟତ ରାଜବିଭାଗ, ବଲାଙ୍ଗିର କଲେକ୍ଟରଙ୍କ ଦୃଷ୍ଟି ଗୋଚରକୁ ଆଣିଛନ୍ତି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ବେଲପଡା ସୁଲେକେଲା ଗାଁର ୭୫ ବର୍ଷିଆ ଯୁଧିଷ୍ଠିର ବର୍ଗେଙ୍କ ପୁଅ ଝିଅ କରୋନାରେ ଆକ୍ରନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ସେବେ ଠାରୁ ଦୁଇ ଭଉଣୀ ଓ ଜଣେ ଭାଇଙ୍କୁ ନିଜ ପାଖରେ ରଖି ପ୍ରତିପୋଷଣ କରୁଛନ୍ତି । ସରକାରୀ ସୁବିଧା ମିଳୁନଥିବାରୁ ଏହି ବୃଦ୍ଧ ସମୟରେ ଲୋକ ମାନଙ୍କ କୁଲି, ମଜୁରି କାମ କରି ପରିବାର ଚଲାଉଛନ୍ତି । ଏପରି ଦୁର୍ଦ୍ଦିନରେ ରହୁଥିବା ବେସାହାର ପରିବାର ଖବର ଜାଣିବା ପରେ ଶ୍ରୀ ସିଂଦେଓ ପହଁଚି ସହାୟତା କରିଛନ୍ତି ।

Leave A Reply

Your email address will not be published.