pr

କଣ୍ଟାମାଳରେ ଲୋକକଳା ଦିବସ : ମୁଖ୍ୟମନ୍ତ୍ରୀଙ୍କୁ ସାବାସୀ ଜଣାଇଲେ କଳାକାର

dr. purohit

କଣ୍ଟାମାଳ, (ବଂଶୀଧର ମାଝି) : ଆମ ରାଜ୍ୟର ଲୋକକଳାକୁ ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜିଲ୍ଲା ଓ ବ୍ଲକ କଳା ସଂସ୍କୃତି ସଂଘ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଲୋକ କଳା ବିକାଶ କାର୍ଯ୍ୟକ୍ରମ ଏବଂ ଲୋକକଳାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ପାଳିତ ହେଉଥିବା ଲୋକକଳା ଦିବସ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କଣ୍ଟାମାଳ ଲୋକକଳା ମହୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଆମ ଲୋକକଳା ହିଁ ଆମ ସଂସ୍କୃତିର ପରିଚୟ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି କହିଥିବା ବେଳେ, ଲୋକକଳାର ବିକାଶ ପାଇଁ ଜାତୀୟ ସ୍ତରରେ ଓଡିଶାର ସ୍ଥାନ ସର୍ବାଗ୍ରେ ବୋଲି ଅନୁଷ୍ଠିତ ସଭାରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଦିବ୍ୟଶଙ୍କର ରାଉତ କହିଥିଲେ । ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ କଳା ଓ କଳାକାରଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠାପର ଉଦ୍ୟମ ଏବଂ ଦୁସ୍ଥ କଳାକାରଙ୍କୁ ୧୨୦୦ ଟଙ୍କାର ଭତ୍ତା ପ୍ରଦାନ ଦୁସ୍ଥ କଳାକାରଙ୍କ ମୁହଁରେ ହସ ଫୁଟାଇଛି ବୋଲି କହିଥିଲେ । ଲୋକକଳାର ବିକାଶ ପାଇଁ ଉପସ୍ଥିତ କଳାକାରମାନେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗକୁ ଭୂୟସୀ ପ୍ରଶଂସା କରିବା ସହ କଳାକାରଙ୍କ ଜୀବନ ଜିବିକାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ କଳାକାରମାନେ ସାବାସୀ ଜଣାଇଥିଲେ । ଏହି ଅବସରରେ ଲୋକ ସଂଗୀତର କଣ୍ଠଶିଳ୍ପୀ ଶ୍ରୀକାନ୍ତ ଛତ୍ରୀଆ ଓ ସସ୍ମିତା ପରମଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷର ଲୋକ ନୃତ୍ୟ ପରିବେଷଣ କରାଯାଇ ଥିଲା । କାର୍ଯ୍ୟକ୍ରମର ସଫଳତା ପାଇଁ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଧର୍ମେନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.