ପହଁରା ନଶିଖି ପୋଖରୀରେ ଗାଧୋଇବା ଯୁବକଙ୍କ ପାଇଁ କାଳ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଶିକାବେହେଙ୍ଗା ଗାଁରେ ଅଘଟଣ ଘଟିଛି । ଗାଁ ପୋଖରୀରେ ବୁଡି ଜଣେ ଯୁବକଙ୍କ ଜୀବନ ଯାଇଥିବା ଖବର ମିଳିଛି । ୨୫ ବର୍ଷୀୟ ଅନୀଲ କୁମାର ତ୍ରିପାଠୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ଗାଁ ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଖରୀ ଭିତରୁ ସଂଜୟଙ୍କୁ ଉଦ୍ଧାର କରି କାଳେ ବଂଚିଥିବା ଭାବି ପରିବାର ଲୋକେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ନେଇଥିଲେ । ହସପିଟାଲରେ ଡକ୍ତର ସଂଜୟକୁ ମୃତ ଘୋଷଣା କରିଥିଲେ । ସଂଜୟ ପହଁରା ଶିଖି ନଥିବା ବେଳେ ପ୍ରତ୍ୟେକ ଦିନ ନିଜ ଘରେ ଗାଧୁଆ ପାଧୁଆ କରନ୍ତି । କିନ୍ତୁ ଆଜି ପୋଖରୀକୁ ଗାଧୋଇ ଯାଇଥିବା ବେଳେ ପହଁରା ଶିଖି ନଥିବାରୁ ପାଣିରେ ବୁଡି ଯାଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ପୁଇଁନ୍ତଲା ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.