ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସୌରଭ ପ୍ରଧାନ ବୁଧବାର ଦିନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପ୍ରଥମେ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ଯୋଗଦାନ ପତ୍ର ପ୍ରଦାନ କରିଥିଲେ । ପୂର୍ବରୁ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ୨୦୧୬ ମସିହାର ଓଡିଶା ସୂଚନା ଲୋକ ସମ୍ପର୍କ ସେବାର ଅଧିକାରୀ ଭାବରେ ପ୍ରଥାମେ ଅବସ୍ଥାପିତ ହୋଇଥିଲେ । ଶ୍ରୀମତୀ ରଶ୍ମିରାଣୀ ନିମାକା ଶ୍ରୀ ପ୍ରଧାନଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.