ଖପ୍ରାଖୋଲରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର କାର୍ୟ୍ୟକାରିତା ଉପରେ କାର୍ୟ୍ୟକ୍ରମ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ ) : ଖପ୍ରାଖୋଲ ବ୍ଲକ କନଫରେନ୍ସ ହଲ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ୟ୍ୟକାରିତା ତଥା ଗ୍ରାମାଞ୍ଚଳରେ ରହିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଗନ୍ଧମାର୍ଦ୍ଦନ ଖାଦ୍ୟ ସୁରକ୍ଷା ମହାସଂଘର ସଭାପତି ଟେକେନ୍ଦ୍ର ଜାଲ ମୁଖ୍ୟ ଅତିଥି, ଶ୍ରୀ ଦୁର୍ୟ୍ୟୋଧନ ବରିହା ସମ୍ମାନିତ ଅତିଥି ତଥା ସିଡିପିଓ ପ୍ରମିଲା ମହାନ୍ତି ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ । ବିଏଲ୍‌ଏମ୍‌ ସପ୍ସଯୋଜକ ସ୍ମୃତିରେଖା ସାହୁ, ଅନିଲ, ସଂଯୁକ୍ତା ତ୍ରିପାଠୀ, ଦେବରାଜ ଭୁଏ, ବୈକୁଣ୍ଠ ବାଗ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ରେଙ୍ଗାଲି, ତେଲେନପାଲି, ଘୁନସର ଓ ନାନ୍ଦୁପଲା ଗ୍ରାମର ହିତାଧିକାରୀ, ଏସ୍‌ଏଚ୍‌ଜି ଦଳ, ଚାଷୀ, ମୂଲିଆ ଓ ସାମାଜିକ କର୍ମୀ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ ।

Leave A Reply

Your email address will not be published.