ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କୋରାନା ତଥା ଭେକ୍ସିନ ପାଇଁ ଡାକ୍ତରଖାନାରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନାରପାଲି ଗ୍ରାମର ପ୍ରଭାତ ସାହୁ କିଡନୀ ଅସୁବିଧା ଯୋଗୁଁ ଶରୀରରେ ରକ୍ତ କମିଯାଇଥିଲା । ତାଙ୍କ ନାତି ପ୍ରେମ ସାହୁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ତେବେ ସଙ୍ଗେ ସଙ୍ଗେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଯୁବ ସଦସ୍ୟ ଗଙ୍ଗାଧର ପଧାନ ରକ୍ତଦାନ କରି ଭରତ ସାହୁଙ୍କୁ ଜୀବନ ବଞ୍ଚାଇ ଥିଲେ । ଏଥିରେ ଶ୍ରୀ ସାହୁ ଓ ତାଙ୍କ ସମ୍ପର୍କୀୟ ଜିଲ୍ଲା ଯୁବ ସମାଜକୁ ଭୁୟସୀ ପ୍ରଶଂସା କରିଥିଲେ ।
Prev Post