ଦୈନିକ ବଜାରରୁ ମିଳିଲା ଝୁଲନ୍ତା ଶବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସ୍ଥାନୀୟ ଦୈନିକ ବଜାରଠାରେ ଏକ ଅଜଣା ଶବ ଗୋଟିଏ ଗଛରେ ଝୁଲୁଥିବା ଦେଖା ଯାଇଥିଲା । ଖବର ପାଇ ବଲାଙ୍ଗିର ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ୍‌ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ପରେ ଶବଟି କ୍ଲବପଡ଼ା ବାସିନ୍ଦା ରାମକୃଷ୍ଣ ପାଣିଙ୍କ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ସୂଚନାରୁ ପ୍ରକାଶ ଯେ, ରାମକୃଷ୍ଣ ଗତକାଲି ରାତିରେ ପ୍ରବଳ ମଦ୍ୟପାନ କରି ଘରକୁ ଫେରିଥିଲେ । ସାମାନ୍ୟ ବଚସାରୁ ଘରେ ଝଗଡ଼ା ହୋଇଥିଲା । ପରେ ରାମକୃଷ୍ଣ ବାହାରେ ଶୋଇବି କହି ଘରୁ ବାହାରି ଯାଇ ଆଉ ଫେରି ନଥିଲେ । ତେବେ ସକାଳୁ ଖୋଜାଖୋଜି କରିବା ବେଳେ ତାଙ୍କ ଝୁଲନ୍ତା ଶବ ଦୈନିକ ମାର୍କେଟ ସ୍ଥିତ ଏକ ଗଛରୁ ମିଳିଥିଲା । ପ୍ରାରମ୍ଭିକ ରିପୋର୍ଟରେ ପୁଲିସ ଏହାକୁ ଆତ୍ମହତ୍ୟା କହିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Leave A Reply

Your email address will not be published.