ନିଆଁ ଲାଗି ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ, ୩ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକ ଓକିଳପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବାପା-ମାଆଙ୍କ ଆଗରେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ । ସେହିପରି ବାପା-ମା’ଙ୍କ ସମେତ ୧୨ ବର୍ଷର ଝିଅ ଗୁରୁତର । ସମସ୍ତଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନନ୍ତର କରାଯାଇଛି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସୂଚନା ଯେ, ଧାନ ବିଲ ଜଗିବାକୁ ପଲାରେ ଶୋଇଥିଲେ ପୁରା ପରିବାର । ଶୋଇଥିବା ବେଳେ ଡିବିରୁ ନିଆଁ ଲାଗି ଏପରି ଅଘଟଣ ଘଟିଛି ବୋଲି ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ନିଆଁ କିପରି ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

Leave A Reply

Your email address will not be published.