କେବେ ହେବ ସ୍ୱାଭାବିକ ଜୀବନ ଯାତ୍ରା ..?

  • ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇନି, ରେଳ ଷ୍ଟେସନ ଗୁଡିକ ଖାଁ ଖାଁ ଲାଗୁଛି

ବ୍ର‌ହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାର ଘୋଷଣା ଅନୁସାରେ କୋଭିଡ଼-୧୯ ଗାଇଡ଼ ଲାଇନ କ୍ରମେ କୋରନା ମହାମାରୀକୁ ରୋକିବା ଲାଗି ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରି ଦିଆଯାଇଥିଲା । ପରେ କିଛିଟା ଦୂରଗାମୀ ଟ୍ରେନ କୋଣାର୍କ ଏକ୍ସପ୍ରେସ ସହ ଆଉ କିଛି ଗୋଟିଏ ଦୁଇଟି ଟ୍ରେନ ଚଳାଚଳ କରୁଥିଲା । ପରେ ପରେ ଅକ୍ଟୋବର -୨୦୨୦ ମାସ ଠାରୁ ଆଉ କିଛିଟା ଟ୍ରେନ ଚଳାଚଳ ସ୍ୱାଭାବିକ ଭାବେ କରିଆସୁଛି । ହେଲେ ଟ୍ରେନ ଚଳାଚଳରେ ସ୍ୱାଭାବିକ ହୋଇନାହିଁ । ରାଜ୍ୟର ସମସ୍ତ ରେଳ ଷ୍ଟେସନ ଗୁଡିକ ଖାଁ ଖାଁ ଲାଗୁଛି । ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବାକୁ ହେଲେ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଲୋକାଲ ଟ୍ରେନରେ ଯିବାକୁ ହେଲେ କେବଳ ଗୋଟିଏ ଦୁଇଟି ପାସେଞ୍ଜର ଟ୍ରେନ ଚାଲୁଥିବା ବେଳେ ଆଜି ବି ପାସେଞ୍ଜେର ଟ୍ରେନରେ ଚଢ଼ିବା ପାଇଁ ଅନ୍‌ଲାଇନ୍‌ରେ ଟିକଟ ରିଜର୍ଭଭେସନ କରିବାକୁ ପଡିଥାଏ । ତେବେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହୋଇନି କହିଲେ ଚଳେ । ଯେଉଁମାନେ ଜରୁରୀ କାମରେ କେଉଁଆଡ଼େ ଯିବାକୁ ଯଦି ଚାହା‌ନ୍ତି ତେବେ ଯାତ୍ରା କରିବା ସମ୍ଭବପର ହେଉନାହିିଁ । ଲୋକେ ବହୂତ ହଇରାଣ ହେଉଛନ୍ତି । ସପ୍ତାହକ ପୂର୍ବରୁ ଟିକଟ ରିଜର୍ଭଭେସନ କରିବା ସମ୍ଭବପର ହୋଇନଥାଏ । ଜରୁରୀ ଭାବେ ଯିବାକୁ ହେଲେ ଯାତ୍ରା ବାତିଲ୍‌ ମଧ୍ୟ ହୋଇଯାଇଥାଏ । ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣେ ସମସ୍ତ ଲୋକାଲ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ବିଭିନ୍ନ ମହଲରେ ଦୃଢ଼ ଦାବୀ ହେଉଅଛି । ଆପ୍ରିଲ ମାସ ପହିଲାରୁ ସମସ୍ତ ପାସେଞ୍ଜର ଟ୍ରେନ ଚାଲିବ ଏବଂ ସମସ୍ତ ଟ୍ରେନ ଚଳଚଳରେ ସ୍ୱାଭାବିକ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଥିବା ଆଲୋଚନା ହେଉଛି । ରେଳ ଚଳାଚଳରେ ସ୍ୱାଭାବିକତା ଆସିବା ଜରୁରୀ ବୋଲି ଜନମତ ପ୍ରକାଶ ପାଉଛି ।

Leave A Reply

Your email address will not be published.