କୁତୁର୍ଲାରେ ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କୁତୁର୍ଲା ପଞ୍ଚାୟତ ସାମ୍ନାରେ ଗୁରୁବାର ଦିନ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ସୁନିଲ ହରପାଲ ମୁଖ୍ୟ ଅତିଥି, ସୁରେନ୍ଦ୍ର କୁମ୍ଭାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତେଜ ହରପାଲ, ଡମ୍ବରୁ ହରପାଲ ଓ ସଂଜିବିତା ସୁନା ଯୋଗ ଦେଇ ସଭା ପରିଚାଳନା କରିଥିଲେ । କୋଶଳୀ ଲୋକନୃତ୍ୟ ଏକାଡେମୀର ଧରଣୀଧର ନାୟକ ସଭାପତିତ୍ବ କରିଥିବା ବେଳେ ଅକ୍ରୁର ସୁନା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରିତୁ ବୁଡେକ, କୁନାଲ ମାଝୀ, ପ୍ରକାଶ ନାୟକ, ଲିଙ୍ଗରାଜ ନନ୍ଦ, ମନୋଜ ଚନ୍ଦନ, କୁନି ପଧାନ, ମଞ୍ଜ ପାତ୍ର, ଜ୍ୟୋତ୍ସ୍ନା ନାଏକ, ଜୟ ବାଗ, କାର୍ତ୍ତିକ ବକୁଳ, ହଳଧର ସୁନା ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.