jayashree

ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଦ୍ୟ ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବ ଠାରେ ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ୧୦୦ତମ ଜୟନ୍ତୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଶିକ୍ଷାବିତ୍‌ ଚୈତନ୍ୟଦାସ ଠାକୁର ମୁଖ୍ୟ ଅତିଥି, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ମୁଖ୍ୟବକ୍ତା ଓ ସମାଜସେବୀ ଡାକ୍ତର ଜ୍ୟୋସ୍ନାମୟୀ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଲେ ଯେ, ନିଃସ୍ୱାର୍ଥପର ସେବା କରିଥିବା ତଥା ବାଧିତ ଜନଙ୍କର ବଂଧୁ ପ୍ରଭାକର ରଥ କେବେ ମଧ୍ୟ ମରି ପାରିବେ ନାହିଁ । ତାଙ୍କ ଠାରୁ ଆଗାମୀ ପିଢି ସେବା କାର୍ଯ୍ୟ ଶିଖିବାକୁ ପରାମର୍ଶ ଦେଇ କହିଲେ ଯେ ମାନବ ସେବା ହିଁ ମାଧବ ସେବା ଅଟେ । ସଭା ଆରମ୍ଭରେ ଡାକ୍ତର ଅଶୋକ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠକ ମଧୁ ସାହୁ ସଭା ପରି·ଳନା କରିଥିଲେ । ପ୍ରଭାକର ରଥଙ୍କ ପତିକୃତିରେ ମାଲ୍ୟାର୍ପଣ ବେଳେ ପଣ୍ଡିତ ବ୍ରଜବିହାରୀ ତ୍ରିପାଠୀ ବେଦ ପଠନ କରିଥିଲେ । ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ସ୍ୱେଚ୍ଛାସେବୀ ପ୍ରଦୀପ ପଶାୟତଙ୍କୁ ମର୍ଯ୍ୟାଦାଜନକ ପ୍ରଭାକର ରଥ ସ୍ମୃତି ସେବା ସମ୍ମାନ ପ୍ରଦାନ ତଥା ଧର୍ମପ୍ରାଣା ବେଲମତୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆବାହକ ମଦନ ମୋହନ ରଥ ବିଗତ ବର୍ଷର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅରୁଣ ଖୁଆସ, ଚୂଡେନ୍ଦ୍ର ବେହେରା, ସୁନାଧର ବନଛୋର, ଦୁର୍ଗା ସାହୁ, ପ୍ରଶାନ୍ତ ଷଡଙ୍ଗୀ, ବିଦ୍ୟାଂଶ ପୁରୋହିତ, ହୃଷିକେଶ ପୁରୋହିତ, ଧୃବ ଚରଣ ସାହୁ, ରତ୍ନମୟ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଏହି ସମାରୋହରେ ବଲାଙ୍ଗିରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ କବୟିତ୍ରୀ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.