oom

କବି ଦେବାନନ୍ଦ ସେନାପତିଙ୍କ ୧୦୩ତମ ଜୟନ୍ତୀ

jsmm

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ ଅଏଁଲାପାଲି ଗ୍ରାମଠାରେ ଓଡିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ବିଶିଷ୍ଟ ସାହିତ୍ୟ ସାଧକ ସ୍ୱର୍ଗତ ଦେବାନନ୍ଦ ସେନାପତିଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ମୃତି ସଂସଦ ତରଫରୁ ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜନ୍ମ ଶତବାର୍ଷିକୀ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଗିରିଜା ଶଙ୍କର ଆଚାର୍ଯ୍ୟ ଯୋଗଦେଇ କବି ସେନାପତିଙ୍କ ସ୍ମୃତିଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ଗୌର ଚରଣ ପଧାନ, ସମାଜସେବୀ ଅନିଲ ପଧାନ, ବିକାଶ ଚନ୍ଦ୍ର ସାହୁ, ପଞ୍ଚାନନ ଦଲପତ, ସୁରେଶ ଚୌହାନ, କେଦାରନାଥ ସାହୁ, କୁମୁଦ ବାରିକଙ୍କ ସହ ବହୁ ସାହିତ୍ୟ ପ୍ରେମୀ ତଥା ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ଶେଷରେ ସୋହେଲା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଭୀଷଣ ସାହା ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଜୁନ ୨୬ ତାରିଖରେ ସୋହେଲାଠାରେ ମହାସମାରୋହରେ ଶତବାର୍ଷିକୀ ଉତ୍ସବ ପାଳନ ହେବାକୁ ଥିବା ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.