ନମ୍ବର ବିହିନ ଟ୍ରାକ୍ଟରରେ ହେଉଛି ବାଳି ଚୋରା ଚାଲାଣ : ଗାଡ଼ି ଅଟକ କରିବା ପରେ ୨୦ ହଜାର ଟଙ୍କା ଜରିମାନା ଆଦାୟ କଲେ ତହସିଲଦାର ଓ ଆରଆଇ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସନ୍ଧ୍ୟାରେ ଦେଓଗାଁ ସୋନଗଡ଼ ନଦୀରୁ ବାଳି ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଳଦାର ନାରାୟଣ ସାହୁ ଓ ଜରାସିଂହା ଆରଆଇ ଅଧିର ନାଏକ ହାତୀସରା ପଞ୍ଚାୟତ ଅନ୍ତର୍ଗତ ନାଇକେନଶିରା ନିକଟରେ ଉକ୍ତ ଗାଡ଼ିକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲେ । ଆବଶ୍ୟକୀୟ କାଗଜପତ୍ର ନ ଥିବାରୁ ବେଆଇନ ବାଲି ଚାଲାଣ ବୋଲି ଧରାପଡ଼ିବା ପରେ ୨୦ହଜାର ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.