ପରମ ସାରସ୍ୱତ ସାଧକ ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଆଜି ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରମ ସାରସ୍ୱତ ସାଧକ ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଆଜି ୮୭ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ପାଖକୁ ଅଜସ୍ର ଶୁଭେଚ୍ଛାର ସୁଅ ଛୁଟୁଛି । ତିନି ଶହ ଅଧିକ ପୁସ୍ତକର ସ୍ରଷ୍ଟା ସୃଜନ ପୁରୁଷ ପଦ୍ମଶ୍ରୀ ଡ. ଉଦ୍‌ଗାତା ଭାରତୀୟ ସାହିତ୍ୟ ଜଗତରେ ନିଜକୁ ବଳିଷ୍ଠତାର ସହ ରୋଇ ଦେଇ ପାରିଛନ୍ତି । ଭାରତର କୋଣ ଅନୁକୋଣରେ ଅଜସ୍ର ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ସାରିଛନ୍ତି ସେ । ବିଭୂ ଚିନ୍ତନ ଓ ଚେତନାରେ ଭରପୂର ତାଙ୍କ ମାନସିକତା ଓ ଜଗତ୍‌ସ୍ରଷ୍ଟାଙ୍କ ପ୍ରତି ସର୍ବଦା ସମର୍ପିତ । ୮୭ ବର୍ଷ ବୟସରେ ମଧ୍ୟ ସେ ସୃଜନ କର୍ମରେ ଚଳଚଂଚଳ । ଭାରତର ଅଧିକାଂଶ ଭାଷା ଉପରେ ତାଙ୍କର ଅଗାଧ ଜ୍ଞାନ ଓ ସାଧନା ତାଙ୍କୁ ଭାରତୀୟ ସାହିତ୍ୟ ଜଗତରେ ଦେଇଛି ଏକ ସ୍ୱତନ୍ତ୍ର ସ୍ୱର୍ଣ୍ଣିମ ପରିଚୟ । କବିତା, ଗଳ୍ପ, ପ୍ରବନ୍ଧ, ନାଟକ, ଅନୁବାଦ ସାହିତ୍ୟ ଆଦି ସାହିତ୍ୟର ସମସ୍ତ ଦିଗରେ ତାଙ୍କର ଯୋଗଦାନ ବେଶ୍‌ ସମୃଦ୍ଧ । ତାଙ୍କ ମହାର୍ଘ୍ୟ ଲେଖନୀରୁ ଆହୁରି ଅନେକ ଅମୂଲ୍ୟ ସୃଷ୍ଟିକୁ ଅପେକ୍ଷା କରିଛି ଭାରତୀୟ ସାହିତ୍ୟ ଜଗତ । ତାଙ୍କ ଜନ୍ମଦିନରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

Leave A Reply

Your email address will not be published.