ନର୍ଲାଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ୍‌ଙ୍କ ଅଧକ୍ଷତାରେ ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ, ପିଡି, ଡି ଆର୍ ଡିଏ ସୋମେଶ କୁମାର ଉପାଧ୍ୟାୟଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ନର୍ଲା ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ୍ ୩୭୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୩୪୩ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୩୧ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୧୨ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା । ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ନର୍ଲା ବ୍ଲକର ରେଖପୁର ଅଞ୍ଚଳର ଚଞ୍ଚଳ ମାଝୀଙ୍କ ମେଡିକାଲ ସହାୟତା ପାଇଁ ୩୦୦୦୦ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ନର୍ଲା ବ୍ଲକର ଦେହେଲି ଗ୍ରାମର ଲକ୍ଷ୍ମୀ ଗୌଡଙ୍କୁ ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ ୧୦୦୦୦ଟଙ୍କାର ସହାୟତା ରାଶି ଅନୁମୋଦନ କରାଗଲା । ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ, ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଥିବା ଆବେଦନର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀଠାରେ ପ୍ରାପ୍ତ ହୋଇଥିବା ଅଭିଯୋଗର ସମୀକ୍ଷା କରି ଏହାର ଅଗ୍ରଗତି ଓ ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେନସନ, ରାସନ୍ କାର୍ଡ, ଭତ୍ତା, ପାନୀୟ ଜଳ, ବିଧବା ଭତ୍ତା ଉପରେ ଥିଲା ।

Leave A Reply

Your email address will not be published.