oom

କଣ୍ଟାମାଳ ପାଲଟିବାରେ ଲାଗିଛି ଗଞ୍ଜେଇ ଚାଲାଣର ଏନ୍ତୁଡ଼ିଶାଳ : ରାଜପଥ ଉପରେ ଜଳିଲା ଗଞ୍ଜେଇ ଭର୍ତ୍ତି କାର

jsmm

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳେ ମନମୁଣ୍ଡା – କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟ ରାସ୍ତା କଡରେ ଗୋଟିଏ ଇଣ୍ଡିଗୋ କାରରେ ନିଆଁ ଲାଗି ଜଳିଯିବା ଘଟଣା ଲୋକଙ୍କୁ ଯେତିକି ବିସ୍ମିତ କରିଥିଲା । ତହିଁରେ ଗଞ୍ଜେଇ ଭର୍ତ୍ତି ହୋଇଥିବା କଥା ଜଣାପଡିବା ପରେ ତାଠାରୁ ଅଧିକ ଚକିତ କରିଥିଲା । ପ୍ରଥମେ କାରଟି ରାଜ୍ୟ ରାଜପଥ ଉପରେ ଜଳୁଥିବା ଦେଖି ଆଖପାଖରେ ଥିବା ଲୋକେ ଦମକଳ ବାହିନୀକୁ ସୂଚିତ କରାଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିବା ସମୟରେ ସେଥିରେ ଗଞ୍ଜେଇ ପ୍ୟାକେଟ ଗୁଡିକ ଭର୍ତ୍ତି ହୋଇଥିବା ଜଣାପଡିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ କପାସିରା ଛକ ନିକଟ ରାସ୍ତା କଡରେ ଗୋଟିଏ ଇଣ୍ଡିଗୋ ସିଏସ କାର ଓ ଆର ୧୭ ଜେ ୮୦୮୬ରେ ନିଆଁ ଲାଗି ଜଳୁଥିବା ଦେଖିବାକୁ ମିଳିଥିଲା । ମାତ୍ର କାର ନିକଟରେ କେହି ଜଣେବି ଯାତ୍ରୀ ନଥିବାରୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ଗାଡ଼ିଟି କାହାର ତାହା ଜଣା ପଡିନଥିଲେ ମଧ୍ୟ ଏଥିରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଜଳଜଳ ହୋଇ ଜଣାପଡୁଛି ।ଅନ୍ୟପଟେ ଏହି ଅଞ୍ଚଳରୁ ସ୍ପଷ୍ଟ ଦିବାଲୋକରେ କାର ଭିତରେ ଗଞ୍ଜେଇ ଚାଲାଣ ହେବା ଘଟଣା ପୋଲିସ ଓ ଅବକାରୀ ବିଭାଗର ପାରିବା ପଣିଆଁ ଉପରେ ଅଙ୍ଗୁଳି ନିର୍ଦେଶ କରିବା ସହ ମାଫିଆଙ୍କ ସହ ସେମାନଙ୍କର ଭିତିରି ସମ୍ପର୍କ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଶିଳ୍ପ ବିହୀନ କଣ୍ଟାମାଳ ବ୍ଲକ ଅଞ୍ଚଳରୁ ନିୟମିତ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି । ମାତ୍ର ଏହାକୁ ରୋକ ଲଗାଇବା ବଦଳରେ ଦିନକୁ ଦିନ ଅବାଧ ଚାଲାଣ ବୃଦ୍ଧି ପାଇବାରେ ଲାଗିଥିବାରୁ ଯଦି ଅଞ୍ଚଳର ଏହି କାରବାରରେ ସମ୍ପୃକ୍ତ ଥିବା ଅସାମାଜିକ ତତ୍ତ୍ୱଙ୍କ ଉପରେ ଅଙ୍କୁଶ ଲଗାନଯାଏ ତାହେଲେ ସେମାନଙ୍କ ଦୌରାତ୍ମ୍ୟରେ ଅପରାଧିକ କାର୍ୟ୍ୟକଳାପ ମଧ୍ୟ ବୃଦ୍ଧି ପାଇବା ସମ୍ଭାବନାକୁ ନେଇ ବୁଦ୍ଧିଜୀବୀ ଓ ଜଣାଶୁଣା ମହଲରେ ଉଦବେଗ ପ୍ରକାଶ ପାଇଛି । ଖବର ପାଇ ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.