ଓଭରବ୍ରିଜ୍ ଉପରେ ହୁ ହୁ ହୋଇ ଜଳିଗଲା କାର୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଓଭରବ୍ରିଜ୍ ଉପରେ ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା କାର୍ ବୋଲି ଖବର ମିଳିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ୍ ଉପରେ ରାସ୍ତା ମଝିରେ ହୁ ହୁ ହୋଇ ହଠାତ୍ କାର୍ ଟିରେ ନିଆଁ ଲାଗି ଉଠିଲା । ତେବେ କାର୍‌ରେ ବସିଥିବା ଯାତ୍ରୀ ଦେଖି ବାହରକୁ ଚାଲିଆସିଥିଲେ । ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଗାଡିରେ କେଉଁ କାରଣରୁ ନିଆଁ ଲାଗିଲା ଏବଂ ଗାଡିର ମଧ୍ୟ ବିଶେଷ ସୂଚନା ସ୍ପଷ୍ଟ ଭାବେ ଜଣାପଡିନାହିଁ ।

Leave A Reply

Your email address will not be published.