om academy

୩ ମାସରୁ ଅଧିକ ହେବ ଯକ୍ଷ୍ମା ରୋଗୀଙ୍କୁ ମିଳିନି ଔଷଧ

jsm
  • ମୁରିବାହାଲ ସିଏଚ୍‌ସିର ବିଭିନ୍ନ ସମସ୍ୟା ନେଇ ବିକାଶ ମଞ୍ଚ ପକ୍ଷରୁ ମେଡ଼ିକାଲ ଇନଚାର୍ଜଙ୍କୁ ସାକ୍ଷାତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ସହ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ଯକ୍ଷ୍ମା ରୋଗୀମାନଙ୍କୁ ୩ମାସରୁ ଅଧି ହେବ ନିୟମିତ ରୂପେ ଔଷଧ ମିଳୁ ନ ଥିବା ଅଭିଯୋଗ ହୋଇଛି । ଏହି ସମସ୍ୟା ସହ ଆହୁରି ଅନ୍ୟାନ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିବା ପାଇଁ ସୋମବାର ମୁରିବାହାଲ ବ୍ଲକ ବିକାଶ ମଞ୍ଚର କର୍ମକର୍ତ୍ତାମାନେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଇନଚାର୍ଜ ଡ଼. ଥବିର ମେହେରଙ୍କୁ ଭେଟି ଆଲୋଚନା କରିଥିଲେ । ବିକାଶ ମଞ୍ଚର ଅଭିଯୋଗ ମୁତାବକ ଦୀର୍ଘ ୩ ମାସରୁ ଅଧିକ ହେବ ଜିଲ୍ଲା ସହ ବ୍ଲକ ଅଞ୍ଚଳର ଯକ୍ଷ୍ମାରୋଗୀମାନଙ୍କୁ ନିୟମିତ ରୂପେ ଔଷଧ ମିଳୁ ନ ଥିବାରୁ ସେମାନେ ଘୋର ହଇରାଣ ହେଉଛନ୍ତି । ଏହି ଔଷଧ କେବଳ ହସ୍‌ପିଟାଲ ଗୁଡିକରେ ଯୋଗାଣ ହେଉଥିବା ଯୋଗୁଁ ରୋଗୀମାନେ ବାହାରୁ ମଧ୍ୟ କିଣି ପାରୁନାହାଁନ୍ତି । ଫଳରେ ଯକ୍ଷ୍ମାରୋଗୀମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଏଣୁ ତୁରନ୍ତ ଏହି ଜୀବନ ରକ୍ଷାକାରୀ ଔଷଧ ଯୋଗାଣ ପାଇଁ ମଞ୍ଚ ଦୃଢ଼ ଦାବୀ କରି ମେଡ଼ିକାଲ ଇନଚାର୍ଜଙ୍କ ସହ ଆଲୋଚନା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଫୋନ ଯୋଗେ ଜଣାଇଥିଲେ । ମେଡ଼ିକାଲ ଇନଚାର୍ଜ ଡ଼. ମେହେର ଦୀର୍ଘ ଦିନରୁ ବନ୍ଦ ଥିବା ଯକ୍ଷ୍ମାରୋଗୀଙ୍କ ପାଇଁ କିଛି ଔଷଧ ଆଜି ପହଞ୍ଚିଛି ଏହାକୁ ତୁରନ୍ତ ବଣ୍ଟନର ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ବନ୍ଦ ଥିବା ଯକ୍ଷ୍ମାରୋଗୀଙ୍କ ଔଷଧ ଯୋଗାଣ କିଛିଦିନ ମଧ୍ୟରେ ନିୟମିତ ରୂପେ ସୁନିଶ୍ଚିତ କରିବାକୁ ମଞ୍ଚ କର୍ମକର୍ତ୍ତାଙ୍କୁ ପ୍ରତିଶୃତି ଦେଇଥିଲେ । ସେହିପରି ମଞ୍ଚ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ବେଳା ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ଡାକ୍ତରଙ୍କୁ ଡ୍ୟୁଟିଦେବା, ପ୍ରସୂତି ଓ ସ୍ତ୍ରୀ ରୋଗ ତଥା ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି ତଥା ରୋଗୀସେବା ନେଇ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଜଣାପଡିଛି । ମୁରିବାହାଲ ବ୍ଲକ ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ ଓ ସମ୍ପାଦକ ଥବିର ସାଙ୍କ ନେତୃତ୍ୱରେ ମଞ୍ଚ କର୍ମକର୍ତ୍ତା ସିଏଚ୍‌ସି ଇନଚାର୍ଜଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।

Leave A Reply

Your email address will not be published.