centurian jitm

ଗାଡ଼ି ଡିକିରୁ ଗଞ୍ଜେଇ ଜବତ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆଘାଟି ନିକଟରୁ ପୁଲିସ ଗଞ୍ଜେଇ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ରଞ୍ଜନ ସାମଲ, ରମେଶ ନାୟକ, ଅବିନାଶ ଘଡ଼େଇ, ଆଶିଷ ନାୟକ, ମନୋଜ ନାୟକ, ଅଭିରାମ ପୁହାଣ । ସମସ୍ତଙ୍କ ଘର ହାଟଡିହି ବ୍ଲକ୍ ନନ୍ଦିପଦା ଓ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଦୁଇଟି କାର (ଓଡି-୦୨-ଏଚ୍-୧୫୫୧ ଏବଂ ଓଡି-୩୩-ଏଏନ୍-୩୮୧୫)ରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଆଜି ଭୋରରେ ପୁଲିସ ଚଢ଼ାଉ କରିଥିଲା । କାର୍ ଦୁଇଟିକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଯାଞ୍ଚ କରିବା ବେଳେ ଡିକିରୁ ୯୦ କେଜି ଗଞ୍ଜେଇ ଜବତ ହୋଇଛି । ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆସୁଥିଲା ବୋଲି ପୁଲିସ ସୂଚନା ଦେଇଛି । ପୁଲିସକୁ ଦେଖି ସମ୍ପୃକ୍ତ ଯୁବକମାନେ କାର୍ ଛାଡ଼ି ଫେରାର ହୋଇଯାଇଥିଲେ । ପରେ ପୁଲିସ ସେମାନଙ୍କୁ ଗିରଫ କରିବା ସହ ୫ଲକ୍ଷ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ କରିଛି ।

Leave A Reply

Your email address will not be published.