oum

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଅଟକ

jsm

ନବରଙ୍ଗପୁର : କୋରାପୁଟ ଜିଲ୍ଲା ପାଡୁଆରୁ କଳାହାଣ୍ଡି ଦେଇ ଉତ୍ତରପ୍ରଦେଶକୁ ପିକ୍‌ଅପ୍‌ ଭ୍ୟାନ (ନଂ. ଓଡି ୦୮ ଡି ୮୧୪୯)ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ପୋଲିସ ପକ୍ଷରୁ ଡଙ୍ଗରଭେଜା ଫାଣ୍ଡି ସମ୍ମୁଖରେ ଜଗି ରହିଥିଲେ । ପିକ୍‌ଅପ୍‌ ଭ୍ୟାନକୁ ଡଙ୍ଗରଭେଜା ଫାଣ୍ଡି ସମ୍ମୁଖରେ ନବରଙ୍ଗପୁର ପୋଲିସ ଅଟକାଇଥିଲା । ପୋଲିସକୁ ଦେଖି ପିକ୍‌ଅପ୍‌ ଭ୍ୟାନ୍‌କୁ ଛାଡି ଗଞ୍ଜେଇ ଚାଲାଣକାରୀମାନେ ଦୌଡ଼ିକି ଖସି ଯିବାକୁ ଚେଷ୍ଟା କରିବା ସମୟରେ ଦୁଇ ଜଣକୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ଗାଡି ଭିତରୁ ୨୪ ଟି ପ୍ୟାକେଟ୍‌ରେ ପ୍ରାୟ ୮ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ପୋଲିସ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି ।

Leave A Reply

Your email address will not be published.