ନଡ଼ିଆ ବୋଝେଇ ଟ୍ରକ୍‌ରୁ ଗଞ୍ଜେଇ ଜବତ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ବିଷମ କଟକ ପୋଲିସ ଗତକାଲି ବିଳମ୍ବିତ ରାତିରେ ହାଜାରଡାଙ୍ଗ ଗାଁ ନିକଟରେ ଗାଡି ମଟର ଯାଞ୍ଚ୍ କରିବା ସମୟରେ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ ନଡ଼ିଆ ବୋଝେଇ ମିନି ଟ୍ରକ୍‌କୁ ସନ୍ଦେହ କରିଥିଲା । ଘଟଣାସ୍ଥଳରୁ ମିନି ଟ୍ରକ୍‌କୁ ଜବତ କରି ଥାନାରେ ଯାଞ୍ଚ୍ କରିବା ସମୟରେ ୩୪ ବସ୍ତା ନଡ଼ିଆ, ୧୭ ବସ୍ତା ଗଞ୍ଜେଇ ଓ ୧୧ ବସ୍ତା ନଡ଼ିଆ କତା ମିଳିଥିଲା । ଓଜନ ପରେ ୧୭ଟି ବସ୍ତାରୁ ୫ କ୍ୟୁଣ୍ଟାଲ ୧୦ କେ.ଜିର ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର୍‌କୁ ପୋଲିସ ଗିରଫ କରିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.