୨୦୦ ଲିଟର ନକଲି ବିଦେଶୀ ମଦ ଜବତ କଲା ଅବକାରୀ ବିଭାଗ

ବାଲେଶ୍ୱର : ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ଉ କରି ଅବକାରୀ ବିଭାଗ ୨୦୦ ଲିଟର ନକଲି ବିଦେଶୀ ମଦ ଜବତ କରିଛି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣ୍ଡାଶୁଣି ପଂଚାୟତ ନୀଳକଣ୍ଠପୁରର ସୁବାସ ନାୟକଙ୍କ ଘରୁ ଜଳେଶ୍ୱର ସେଟ୍‌ଲାଇଟ୍‌ ଅବକାରୀ ବିଭାଗ ଖବର ପାଇ ଯାଞ୍ଚ କରିଥିଲେ । ପରେ ପ୍ରାୟ ୨୦୦ ଲିଟର ନକଲି ବିଦେଶୀ ମଦ, ନକଲି ମଦ ପାଇଁ ପ୍ରସ୍ତୁତ ଠିପି, ଷ୍ଟିକର ଓ ବିଭିନ୍ନ ମଦ କମ୍ପାନୀର ପୁରୁଣା ମଦ ବୋତଲ ଜବତ କରିଥିଲା ଅବକାରୀ ବିଭାଗ ।

Leave A Reply

Your email address will not be published.