ସମ୍ବଲପୁର : ପର୍ଯ୍ୟଟନ କେନ୍ଦ୍ର ପାଲଟିବ ହୀରାକୁଦ । ନୀଳ ଜଳରାଶି ଭିତରେ ଭ୍ରମଣ ସୁବିଧା ମିଳିବ । ଗୋଆ, କେରଳ ଭଳି ପର୍ଯ୍ୟଟକ ବୋଟ୍ ହାଉସ୍ର ମଜା ନେବେ । ଏଥିରେ ହୋଟେଲ୍ ଭଳି ସୁବିଧା ରହିବ । ଚକାଚକ୍ କୋଠରୀ ସହ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାରରେ ଦିନ ସହ ରାତିର ମଜା ଉଠାଇବେ । ପର୍ଯ୍ୟଟନର ବିକାଶ ପାଇଁ ହୀରାକୁଦ ମାଷ୍ଟରପ୍ଲାନରେ ଖୁବ ଶୀଘ୍ର ହୀରାକୁଦକୁ ଆସିବ ବୋଟ୍ ହାଉସ୍ । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧଶ୍ୱର ବଳିରାମ ବୋନ୍ଦର ।
Prev Post