ବିଭ‌ତ୍ସ ହତ୍ୟାକା‌ଣ୍ଡ : ମହିଳାଙ୍କୁ ତଂଟି କାଟି ହତ୍ୟା

ପାତ୍ରପୁର : ଜରଡା ଥାନା ପୁହୁଣ୍ଡି ଗ୍ରାମରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ଗଳାକାଟି ହତ୍ୟା କରିଥିବା ସୂଚନା ମିଳିଛି । ମହିଳା ଜଣକ ବିଜୟ ଗୌଡଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ (୩୫) । ପ୍ରତିଦିନ ଭଳି ଆଜି ଭୋର ସମୟରେ ଲକ୍ଷ୍ମୀ ଦେବୀ ଗାଧୋଇବା ପାଇଁ ନଈକୁ ଯାଇଥିଲେ । ନଦୀକୂଳରେ ସାବୁନ୍ ଓ ବ୍ରସ ରଖି ଆମ୍ବ ତୋଟା ନିକଟକୁ ଶୌଚପାଇଁ ଯାଇଥିଲେ । କେହି ଦୁର୍ବୃତ୍ତ ତାଙ୍କୁ ସେଠାରେ ହତ୍ୟା କରି ଫେରାର୍ ହୋଇଯାଇଛି । ଆସିବାରେ ଵିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କୁ ପାଇନଥିଲେ । ସକାଳେ ମହିଳାମାନେ ସେଠାରେ ଲକ୍ଷ୍ମୀ ଦେବୀଙ୍କ ରକ୍ତାକ୍ତ ଶରୀର ଦେଖିବା ପରେ ସେହି ଖବର ପ୍ରସାରିତ ହୋଇ ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଖାରିଆଗୁଡା ଫାଣ୍ଡି ଓ ଜରଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.