ଡ୍ରେନରେ ପଡ଼ିଛି ଯୁବକଙ୍କ ମୃତଦେହ : ନିଶାସକ୍ତ ଅବସ୍ଥାରେ ୫ ସାଥୀ ହତ୍ୟା କରିଥିବା ସଂଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବଲାଙ୍ଗିର ସହରର ଧୋବା ପଡା ଡ୍ରେନରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ବାନି ସେକ୍‌ଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସଂଦେହ କରାଯାଉଛି । ପୋଲିସର ସୂଚନା ଅନୁସାରେ ବଲାଙ୍ଗିର ସହରର ଧୋବା ପଡାରେ ପଶ୍ଚିମବଙ୍ଗରୁ ଆସି ୬ ଜଣ ମିସ୍ତ୍ରୀ କାମ କରୁଥିବା ବେଳେ ସେମାନେ ଧୋବା ପଡାରେ ଏକ ଭଡା ଘରେ ରହୁଥିଲେ । ଗତକାଲି ରାତିରେ ସେମାନେ ଭୋଜି କରିଥିଲେ । ଏହି ସମୟରେ ନିଶାରେ ମାତାଲ ହୋଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅନ୍ୟ ୫ ଜଣ ବାନି ସେକ୍‌ଙ୍କୁ ହତ୍ୟା କରିଛନ୍ତି । ତାପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେମାନଙ୍କୁ ଛାତ ଉପରୁ ଡ୍ରେନକୁ ଫିଙ୍ଗି ଦେଇଛନ୍ତି । ତେବେ ମୃତଦେହ ପଡିଥିବା ନିକଟ ଘରେ ରକ୍ତ ଛିଟା ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ୫ ଜଣଙ୍କୁ ଅଟକ ରଖି ତଦନ୍‌ନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.