ଅଳ୍ପକେ ବର୍ତ୍ତିଲେ ୫ ଜଣ, ଘର ଭାଙ୍ଗିଲେ ହାତୀପଲ

ତେଲକୋଇ : ହାତୀଙ୍କ ଆକ୍ରମଣରୁ ୫ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେନ୍ଦୁଝର ବନଖଣ୍ଡ ତେଲକୋଇ ବନ ଅନ୍ତର୍ଗତ ସୁନ୍ଦୁରିଆ ଓ ପୁରୁଯୋଡା ଗ୍ରାମରେ ବଣୁଆ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗତକାଲି ରାତିରେ ୨ଟି ଘର ଭାଙ୍ଗିବା ସହ ଧାନ,ଚାଉଳ ଓ ଅନ୍ୟାନ୍ୟ ଆସବାବପତ୍ର ଭାଙ୍ଗିରୁଚି ନଷ୍ଟ କରିଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୧୧ଟା ବେଳେ ପରୁଯୋଡା ଗ୍ରାମ ଜଗଦା ସାହିର ବାୟା ମୁଣ୍ଡାଙ୍କ ଘର ଓ ରାତି ୨ଟା ବେଳେ ସୁନ୍ଦୁରିଆ ଗ୍ରାମର ଧୀର ମହାକୁଡ, ଦୁଷ୍ମନ୍ତ ମହାକୁଡ଼ଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ, ଆସବାବପତ୍ର ଭାଙ୍ଗିରୁଚି ନଷ୍ଟ କରିଦେଇଛନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ହାତୀଗୁଡିକୁ ଘଉଡ଼ାଇ ଥିଲେ । ଏହି ହାତୀଗୁଡିକ ଏବେ ରାଣୀବେଡା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବଡସୁନ୍ଦୁରିଆ ଜଙ୍ଗଲରେ ରହିଥିବା ଜଣାପଡିଛି । ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Leave A Reply

Your email address will not be published.

error: Content is protected !!