pr

‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ଦଶରଥଙ୍କ‌ ମୁହଁରେ ହସ ଫୁଟିଲା

dr. purohit

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଛଅ ପ୍ରାଣୀ କୁଟୁମ୍ବକୁ ନେଇ ଅସହାୟ ଅବସ୍ଥାରେ ରହିଥିବା ଦଶରଥ ଦେବଗୁରୁଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସରକାର । ଦଶରଥ‌ଙ୍କ ସଂପର୍କରେ ‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୂଚନା ଏହି କି ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମରା ଗ୍ରାମର ଆଦିବାସୀପଡା ଠାରେ ବହୁ ଅସୁବିଧାରେ ବସବାସ କରୁଛ‌ନ୍ତି ଦଶରଥ ଦେବଗୁରୁ । ତାଙ୍କର ଛୋଟିଆ ଘର ଖଣ୍ଡିଏ ଥିଲା, ତାହା ଭାଙ୍ଗି ଯାଇଛି । ଫଳରେ ଗଛ ତଳେ ପଳିଥିନ ଓ ଝାଟିମାଟି କୁଡ଼ିଆରେ ବିତାଉଛ‌ନ୍ତି ଜୀବନ । ତେବେ କିଛି ଦିନ ତଳେ ଆମ’କୋଶଳ ପ୍ରବାହ’ରେ ଖବର ପ୍ରସାରିତ ହେବା ପରେ ପରେ ସରକାର ତୁରନ୍ତ ଦୃଷ୍ଟି ଦେବା ସହ ଦଶରଥ ଦେବଗୁରୁଙ୍କୁ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିବା ସହିତ ସମସ୍ତ ସରକାରୀ ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଫଳରେ ଅଞ୍ଚଳର ଜନସାଧାରଣ ‘କୋଶଳ ପ୍ରବାହ’କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଦଶରଥ ଦେବଗୁରୁଙ୍କ ମୁହଁରେ ସହ ଫୁଟିଛି । ଉକ୍ତ ଟଙ୍କା ଖର୍ଚ୍ଚ କରି ଛୋଟିଆ ଘର ଖଣ୍ଡିଏ ନିର୍ମିତ କରିବାକୁ ଯୋଜନା କରିଛନ୍ତି ।

nrusinghnath
Leave A Reply

Your email address will not be published.