ପୂର୍ବ ପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ରିୟାଶୀଳ ହେବ

ସମ୍ବଲପୁର, : (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ ଡାକ୍ତରଖାନା ଖୁବଶୀଘ୍ର ବନ୍ଦ ହେବ ଓ ସେଠାରେ ପୂର୍ବ ପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିବ ବୋଲି ଜଣାଯାଇଛି । ଏଣୁ ଏବେ ନୂଆ ରୋଗୀ ଭର୍ତ୍ତି କରାଯାଉନାହିଁ । ବୁର୍ଲାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ଖୋଲିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ କୋଭିଡ ଡାକ୍ତରଖାନା ହେବା ପରେ ଧନୁପାଲି, ଅଇଁଠାପାଲି, ବୈଦ୍ୟନାଥ ଛକକୁ ବିଭିନ୍ନ ବିଭାଗ ନିଆଯାଇଥିଲା । ଫଳରେ ରୋଗୀମାନେ ନାହିଁ ନ ଥିବା ଦୁର୍ଦଶା ଭୋଗୁଥିଲେ । ଏବେ ସୁବିଧାରେ ପୂର୍ବଭଳି ସ୍ୱାସ୍ଥ୍ୟସେବା ପାଇ ପାରିବେ । ତେବେ ସମସ୍ତ ଡାକ୍ତରଖାନାକୁ ସାନିଟାଇଜେସନ କଲା ପରେ ଏହା ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.