oom

ଗନ୍ଧରାବନ୍ଧରେ ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ସମ୍ମିଳନୀ : ସାମ୍ବିଧାନିକ ବିଧିବ୍ୟବସ୍ଥାରେ ଥିବା ହକ୍‌ ଅଧିକାର ପାଇଁ ଲଢେଇ ହେବ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗ୍ରାମରେ ଥିବା ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ ଚଣ୍ଡୀ ସମଲାଇ ଓ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭାର ସଭାପତି ଘନଶ୍ୟାମ ମନହୀରାଙ୍କ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ନୂଆପଡା ଜିଲ୍ଲା ଯାଦବ ବିକାଶ ପରିଷଦର ସଭାପତି କପିଳେନ୍ଦ୍ର ଭୋଇ, ବଲାଙ୍ଗିର ୟୁଥ ଏକ୍ସନ କମିଟୀର ସଭାପତି ବିନୋଦ କାଲସାଏ, ଭାରତୀୟ ମଜଦୁର ସଂଘ, ନୂଆପଡା ଜିଲ୍ଲା ସମ୍ପାଦକ କୁଞ୍ଜବିହାରୀ କଟା, ଖଡିଆଳ ବ୍ଲକ ଯାଦବ ବିକାଶ ପରିଷଦ ସମ୍ପାଦକ ହେମସାଗର ନାଗ, ଯୁବ ସଂଗଠକ ଭୂଜବଳ ଥପା, ହରେଶ ବଗର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ପଂଚାୟତରେ ଯୁବକମାନଙ୍କୁ ସଂଗଠିତ କରି ସମାଜର ଅଗ୍ରଗତି କରିବା କ୍ଷେତ୍ରରେ କାର୍ଯ୍ୟକାରୀ ପାଇଁ ସଂକଳ୍ପ ନେଇଥିଲେ । ଯାଦବ ସମାଜରେ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଯାଦବ ଭାଇଭଉଣୀମାନଙ୍କୁ ସଂଗଠନ ମାଧ୍ୟମରେ ସହାୟତାର ହାତ ବଢାଇବା ପାଇଁ ମତପ୍ରକାଶ ପାଇଥିଲା । ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ଓ ସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଯୁବ ସଂଗଠନ ହିଁ ସମାଜର ପରିବର୍ତ୍ତନ ଆଣି ପାରିବେ ବୋଲି ଅତିଥିମାନେ ସେ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ । ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଥିବା ହକ୍‌ ଅଧିକାର ପାଇଁ ଆଗାମୀ ଦିନରେ ଲଢେଇ ହେବ ବୋଲି ଯୁବ ଯାଦବ ବନ୍ଧୁମାନଙ୍କୁ ଆହ୍ୱାନ ଦେଇଥିଲେ । ଅସହାୟ ଲୋକଙ୍କୁ ରକ୍ତ ଅଭାବ ଥିଲେ ରକ୍ତଦାନ କରାଯିବ ବୋଲି ଆଲୋଚନା ହୋଇଥିଲା । ଧନଞ୍ଜୟ ବାଗ ସଭା ସଂଯୋଜନା କରିଥିବା ବେଳେ ସାମ୍ବାଦିକ ହୁଲେଶ୍ୱର ହଂସ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ କଣ୍ଠଶିଳ୍ପୀ ରାସବିହାରୀ ଘିଭେଲାଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ସଗରିଆ, ନୀଳାଂଚଳ ନାଗ, ଧନସିଂ ନାଗ, ତୁଳାଚନ୍ଦ୍ର ପୋଢ, ରାସବିହାରୀ ଘିଭେଲା, ଭବାନୀ ଶଙ୍କର ନାଗ, କିଶୋର ତେଜୀ, ଧର୍ମେନ୍ଦ୍ର ଗହିର, ନବକିଶୋର ଭରାସଗ୍ରିଆ, ଶୋଭାକର ନାଗ, ସୁଧୀର ପୁଞ୍ଜି, ନରେନ୍ଦ୍ର ନାଗ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.