oom

ଶାନ୍ତିବନରେ ମୁଡ଼ିଙ୍ଗ ଗ୍ରାମ ପଂଚାୟତର ଗ୍ରାମୀଣ ପାର୍କ ଲୋକାର୍ପିତ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ମୁଡ଼ିଙ୍ଗ ଗ୍ରାମ ପଂଚାୟତର ଶାନ୍ତିବନଠାରେ ନବନିର୍ମିତ ଶାନ୍ତିବନ ଗ୍ରାମୀଣ ପାର୍କ ଆଜି ଲୋକାର୍ପିତ ହୋଇଯାଇଛି । ଉକ୍ତ ଗ୍ରାମ ପଂଚାୟତର ସରପଂଚ ଟଙ୍କଧର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏକ୍ସପର୍ଟ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ମ.ରାମପୁର ବିଡ଼ିଓ ଉତ୍ତମ କୁମାର ବାଗ, ପଂଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ସାମଲ, ସହକାରୀ ଯନ୍ତ୍ରୀ ନିହାର ରଂଜନ ମାଝୀ, କନିଷ୍ଠଯନ୍ତ୍ରୀ କୀର୍ତ୍ତି ରଂଜନ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ମଂଚ ପରିଚାଳନା କରିଥିଲେ ଲଳିତ ଭୋଇ । ଅତିଥିମାନେ ଚିରସ୍ରୋତା ଉତ୍ତଇ ନଦୀର କୋଳରେ ତଥା ପୂର୍ବରୁ ଶାନ୍ତିବନ ଭାବରେ ପରିଚୟ ଲାଭ କରିଥିବା ଏହି ପ୍ରାକୃତିକ ପରିବେଶରେ ଏହି ଗ୍ରାମୀଣ ଉଦ୍ୟାନ ପାର୍କର ପରିକଳ୍ପନାକୁ ଉଚ୍ଚ ପ୍ରଶଂସା କରିବା ସହିତ ଅଂଚଳବାସୀ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ସମସ୍ତ କାର୍ଯ୍ୟକ୍ରମରେ ପଂଚାୟତର ୱାର୍ଡ଼ ସଭ୍ୟ/ସଭ୍ୟା ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.