centurian jitm

ଶତୃଘ୍ନ ପଟେଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ : ଜଣେ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅତିରିକ୍ତ ଏସ୍‌ପିଙ୍କ ବଡ଼ ଖୁଲାସା । ବଲାଙ୍ଗିର ସଦର ଥାନା ପରିସରରେ ଶତୃଘ୍ନ ପଟେଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ । ପୁଇଁତଲା ଥାନା ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମର ଶତୃଘ୍ନ ପଟେଲ ହତ୍ୟାକାଣ୍ଡ ଘଟଣାରେ ସଦର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ଫଥର, ଠେଙ୍ଗା, ସାଇକେଲ ଓ ଆକ୍ରମଣକାରୀର ବସ୍ତ୍ର ଜବତ କରିଛି । ଅଭିଯୁକ୍ତ ଜଣକ ଡୁମେଝରନ ଗ୍ରାମର ଗୌତମ ନାଏକ ବୋଲି ଜଣା ପଡିଛି । ତେବେ ଏହି ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତି ନେଇ ପୁଲିସ ତଦନ୍ତ ଜାରି ରଖିଥିବା ନେଇ ଅତିରିକ୍ତ ଏସ୍‌ପି ସରୋଜ କୁମାର ଉପାଧ୍ୟାୟ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଗତ ୨୪ ତାରିଖ ସାକାଳ ୯ଟାରେ ମୃତ ଶତୃଘ୍ନ କାଠ ପଟା ନେଇ ଯିବା ପାଇଁ ଘରୁ ବାହାରି ଥିଲେ । ବହୁ ସମୟ ଧରି ଘରକୁ ନଫେରିବା ପରେ ଘରଲୋକେ ଖୋଜାଖୋଜି ପରେ ଶତୃଘ୍ନଙ୍କ ମର ଶରୀର ମହଦା ଜଙ୍ଗଲ ଅନ୍ତର୍ଗତ ଡୁମେଝରନ ଗ୍ରାମର ଏକ ନାଳରୁ ଉଦ୍ଧାର କରିଥିଲେ । ପରେ ବାପା ନିଳେଶ୍ୱର ତାଙ୍କ ପୁଅ ଶତୃଘ୍ନକୁ ଡୁମେଝରନ ଗ୍ରାମର ଗୌତମ ନାଏକ ଓ ଅନ୍ୟମାନେ ମାରି ଦେଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ତେବେ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟମାନେ ଏବେ ମଧ୍ୟ ଫେରାର ଥିବା ଘରଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.