oom

ପଛୁଆ ବର୍ଗଙ୍କୁ ରାଜନୀତି ସଂରକ୍ଷଣରୁ ବଂଚିତ କରିବା ପ୍ରତିବାଦରେ ସଦର ବ୍ଲକ କଂଗ୍ରେସ ତରଫରୁ ବ୍ଲକ ଘେରାଓ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଛୁଆ ବର୍ଗଙ୍କୁ ରାଜନୀତି ସଂରକ୍ଷଣରୁ ବଂଚିତ ରଖିବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ଏବଂ ଅତ୍ୟାବଶ୍ୟକ ସମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି ବଲାଙ୍ଗିର ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ସଦର ବ୍ଲକ ଘେରାଓ କରାଯାଇଛି । ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିବାଦ ଏବଂ ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ରାଜ୍ୟର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଦାବୀ କରାଯାଇଥିଲା ଯେ, ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ହେଉଛି ୫୨%ରୁ ଅଧିକ । କିନ୍ତୁ ସେମାନଙ୍କୁ ନିର୍ବାଚନୀ ସଂରକ୍ଷଣରୁ ବଂଚିତ କରାଯାଉଛି । ପଛୁଆ ବର୍ଗଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡିଶା ସରକାର ନିଜେ ହିଁ ପଛୁଆ ବର୍ଗଙ୍କୁ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ଆଉ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା, ଭ୍ରଷ୍ଟାଚାର, ଦୁଷ୍କର୍ମରେ ରାଜ୍ୟର ଅନେକ ମନ୍ତ୍ରୀ ସଂପୃକ୍ତ ଥିବା ସତ୍ତେ୍ୱ ତାଙ୍କ ବିରୁଦ୍ଧରେ ସରକାର କୋ÷÷ଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି । ରାଜ୍ୟରେ ଦରଦାମ ବୃଦ୍ଧିରେ ସାଧାରଣ ଜନତା ହନ୍ତସନ୍ତ ହେଇଯାଉଛନ୍ତି । ଚାଷୀକୂଳ ମରୁଡି ଏବଂ ଅଭାବି ଧାନ ବିକ୍ରି ଯୋଗୁଁ ଆତ୍ମହତ୍ୟାର ପନ୍ଥା ଅବଳମ୍ବନ କରୁଛନ୍ତି । ଏଣୁ ସରକାର ଯଦି ଏ ସବୁ ସମସ୍ୟା ତୁରନ୍ତ ସମାଧାନ ନ କରନ୍ତି ତେବେ ସାଧାରଣ ଜନତା ଆନ୍ଦୋଳନ ପନ୍ଥା ଅପଣେଇବେ, ଯାହା ଦ୍ୱାରା କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆହୁରି ଦୟନୀୟ ହେବ । ଏଣୁ ମହାମହିମ ରାଜ୍ୟପାଳ ଏ ସବୁ ସମାଧାନ ପାଇଁ ତୁରନ୍ତ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରୋଜ ରଥ, ଜଗନ୍ନାଥ ପଧାନ, ଯଶୋବନ୍ତୀ ବଘାର, ଲକ୍ଷ୍ମୀ ନାଏକ, ସଂକିର୍ତ୍ତନ ମେହେର, ରମ୍ଭା ରଣା, ଶ୍ରୀଧର ବାରିକ, ସରୋଜ ଭୋଇ, କମଲ ନନ୍ଦ, ତ୍ରିନାଥ ରାଉତ, ତରଣୀ ଚନ୍ଦନ, ପ୍ରକାଶ ବରେଇ, ଲିଙ୍ଗ ପୁଟେଲ, ଟୁନା ମିଶ୍ର, ଭରତ କୁମାର ସାହୁ, ଶୁଶିଲ ବେହେରା, ଦିଲିପ ସିଂହ, ଆନନ୍ଦ ସିଂହ, ଦେବ ନାଏକ, ବିପିନ ବାଗ, ଅନିରୁଦ୍ଧ କାନେର, ଉଗ୍ରେ ବରାଡ, ବିହାରି ପାଣ୍ଡେ, କିଶୋର ସିଂ ନିନା, ସତ୍ୟବାନ ସାହୁ, ଅରୁଣ ଦଲାଇ, ନିରଞ୍ଜନ ନାଏକ, ଶ୍ରୀପତି ପଧାନ, ଗୋବିନ୍ଦ ନାଏକ, ଶିଶିର ବାଗ, ଲକ୍ଷା ନାଏକ, ପିଙ୍କୁ ପଟେଲ, ମଛିନ ମହାକୁର, ରାଧେଶ୍ୟାମ ନାଏକ, ମିଣ୍ଟୁ ସା, ତପନ ପାଣିଗ୍ରାହୀ ଏବଂ ପ୍ରେମ ମିଶ୍ର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.