ବ୍ରହ୍ମଣୀରେ ନିଆଁ ଲାଗି ଘର ପୋଡ଼ିଲା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ପଂଚାୟତର ବ୍ରହ୍ମଣୀ ଗ୍ରାମର ଲାଲ ବଗର୍ତ୍ତିଙ୍କ ଘରେ ନିଆଁ ଲାଗି ଯିବାରୁ ତାଙ୍କର ୨ ବଖରା ଘର ପୋଡି ଯାଇଥିବା ଜଣାପଡିଛି । ନିଆଁ ପାର୍ଶ୍ଵ କ୍ଷେତରୁ ନିଆଁ ଝୁଲ ଉଡି ତାଙ୍କର ଛପର ଘରେ ପଡିଯିବାରୁ ଘରର ଆସବାହ ପତ୍ର, ମୋଟର ସାଇକେଲ, ସାଇକେଲ, ଛେଳି, ଧାନ, ଚାଉଳ ଓ ଲୁଗାପଟା ସହିତ କୃଷି ସରଞ୍ଜାମ ପୋଡି ଯିବା ଯୋଗୁଁ ବର୍ତ୍ତମାନ ତାଙ୍କ ମୁଣ୍ଡରେ ଅକାଳ ଚଡକ ପଡିଯାଇଛି । ସେ ଜଣେ ଶ୍ରମଜୀବୀ ହୋଇଥିବା ବେଳେ ୫ ପ୍ରାଣୀ କୁଟୁମ୍ବ କିପରି ପୋଷଣ କରିବେ ଶ୍ରୀ ବଗର୍ତ୍ତି ଚିନ୍ତାରେ ପଡିଯାଇଛନ୍ତି । ନିଆଁ ଲାଗିବା ଖବର ପାଇବା ପରେ କଣ୍ଟାମାଲ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗରିବ ପରିବାରକୁ ପ୍ରଶାସନ ସହଯୋଗ କରିବା ସହ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.