କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଛତ୍ରପୁର ଅଷ୍ଟମ ବାଟାଲିୟନ ଓଡ୍ରାଫ ଟିମ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗତ କିଛିଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ବନ୍ୟା ସ୍ଥିତି ଅଞ୍ଚଳଗୁଡିକ ପ୍ରତି ସତର୍କତା ଅବଲମ୍ବନ କରୁଛି । ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବା ହେତୁ ଛତ୍ରପୁର ଅଷ୍ଟମ ବାଟାଲିୟନର ୨୭ ଜଣିଆ ଓଡ୍ରାଫ ଟିମ୍‌ ସୋମବାର କେନ୍ଦ୍ରାପଡ଼ା ଗସ୍ତ କରିଥିବା ଜଣାପଡିଛି । ଓଡ୍ରାଫ ଇନଚାର୍ଜ ବି ଏନ ମଲିକ ଓ ଏସଆଇ ପିକେ ସୁବୁଦ୍ଧି ଏହାର ନେତୃତ୍ୱ ନେଇଛନ୍ତି । ଓଡ୍ରାଫ ଟିମ୍‌ ଗସ୍ତ ବେଳେ ବାଟାଲିୟନ ଦୁର୍ଗପତି ସୂର୍ଯ୍ୟ ନାରାୟଣ ମଲିକ, ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ୍ଲ କୁମାର ସିଂ, ସିପାହୀ ହାବିଲଦାର ସଙ୍ଘ ସଭାପତି ଅଜିତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ନିଜେ ସୁରକ୍ଷିତ ରହି କାମ କରିବାକୁ କମାଣ୍ଡେଣ୍ଟ ମଲିକ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.