ତିନିଦିନିଆ କନ୍ଧମାଳ ଗସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜହନ ବାର୍ଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଗ୍ରସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜହନ ବାର୍ଲା ଜୁଲାଇ ୮ରୁ ୧୦ତାରିଖ ତିନିଦିନିଆ ଗସ୍ତରେ ଆସୁଛନ୍ତି । ଜିଲ୍ଲାର ସଂଖ୍ୟାଲଘୁମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସେମାନଙ୍କ ଭଲ ମନ୍ଦ ବୁଝିବା ପାିିଁ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ । ମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକ୍ରମ ସାରି ଜୁଲାଇ ୮ ତାରିଖ ସମୟ ସକାଳ ୮ରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକର ମଣ୍ଡଳପଦରରେ ଆସି ପହଁଞ୍ଚିବା ସହ ତାଙ୍କୁ ସ୍ୱାଗତ କରାଯିବ । ଏହା ପରେ ଦିନ ୧୦ଟାରେ କୋଟଗଡ଼ ବ୍ଲକର ଟାଉନ ହଲଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ସଭାରେ ଯୋଗ ଦେବା ସହ ଦିନ ୧୨ଟା ସମୟରେ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା ଗୁରୁକୁଳ କନ୍ୟା ଆଶ୍ରମରେ ବିଚାର ପରିବାର ସହ ଆଲୋଚନା କରିବା ପରେ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି । ଅପରାହ୍ନ ତିନିଟା ସମୟରେ ବାଲିଗୁଡ଼ା ମହାସିଂ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ସହ ସାକ୍ଷାତ ଓ ଆଲୋଚନା, ୪.୩୦ମିନିଟରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସାମ୍ବାଦିକ ସମ୍ବିଳନୀ ୫ଟା ସମୟରେ ଜିଲ୍ଲା ସରକାରୀ ଅଧିକାରୀମାନଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଜୁଲାଇ ୯ ତାରିଖ ୧୧.୩୦ ସମୟରେ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ସଭାରେ ଯୋଗଦେବେ । ୧.୩୦ରେ ଦାରିଙ୍ଗବାଡି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ବୈଠକ । ଅପରାହ୍ନ ୨.୩୦ରେ ଜି.ଉଦୟଗିରି ସମବାୟ ବ୍ୟବସାୟୀ ଓ ଅନ୍ୟ କିଛି ନେତାଙ୍କ ସହ କିଛି ଆଲୋଚନା । ୩.୩୦ସମୟରେ ବିଭିନ୍ନ ମୋର୍ଚ୍ଚାଙ୍କ ସହ ଆଲୋଚନା । ୪.୩୦ସମୟରେ ବିଭିନ୍ନ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା ଓ ସମୀକ୍ଷା । ସନ୍ଧ୍ୟା ୬ଟାରେ ଫୁଲବାଣୀ ସର୍କିଟ ହାଉସ, ସନ୍ଧ୍ୟା ୭.୩୦ରେ ଲୋକସଭା କ୍ଷେତ୍ରର କୋର୍ କମିଟି । ୧୦ତାରିଖ ସକାଳ ୧୦ଟା ରେ ସାମ୍ବାଦିକ ସମ୍ବିଳନୀ କରିବା ପରେ ଦଶପଲ୍ଲା ଯିବାର କାର୍ଯ୍ୟକ୍ରମ ରହିଥିବା ସରକାରୀ କାର୍ଯ୍ୟସୂଚୀରୁ ଜଣାପଡ଼ିଛି ।

Leave A Reply

Your email address will not be published.