ମୁରିବାହାଲ ରେଳ ଷ୍ଟେସନରୁ ୬ କେଜି ଗଞ୍ଜେଇ ଜବତ ସହ ବାଇକ ଏବଂ ସ୍ଵାମୀ, ସ୍ତ୍ରୀ ଓ ବଡ ଭଉଣୀ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନରୁ ଟ୍ରେନରେ ରାୟପୁରକୁ ଚାଲାଣ ହେବାକୁଥିବା ୬ କେଜି ଗଞ୍ଜେଇକୁ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଜବତ କରାଯାଇଛି । ଏହି ଚାଲାଣରେ ସଂପୃକ୍ତ ଥିବା ହଳଦୀ ପଞ୍ଚାୟତ ଚାଉଳଫୁପୁଡ଼ା ଗ୍ରାମର ଡୁଲାମଣି ବନଛୋର, ତାଙ୍କ ପତ୍ନୀ ଚନ୍ଦ୍ରିକା ବନଛୋର ଓ ଡୁଲାମଣିଙ୍କ ବଡଭଉଣୀ ଦୁଲ୍ଲଭି ବଗର୍ତ୍ତି । ୩ ଜଣ ୬ କେଜି ଗଞ୍ଜେଇ ଧରି ଟ୍ରେନରେ ରାୟପୁର ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଗଞ୍ଜେଇ ଓ ଏକ ସ୍ପେଲଣ୍ଡର ପ୍ଲସ ବାଇକ(ଓଡି ୦୩ଡି ୩୯୯୭)କୁ ଜବତ କରାଯାଇଥିଲା । ୩ ଜଣଙ୍କୁ ଗିରଫ କରି ଜବତ ଗଞ୍ଜେଇ ଓ ବାଇକକୁ ଅବକାରୀ ବିଭାଗ ବଙ୍ଗୋମୁଣ୍ଡା ନେଇଥିଲା । ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ପିଆର କେସ ନଂ. ୧୦୭/୨୪-୨୫ ରୁଜୁ କରାଯାଇ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢ଼ାଉରେ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଓଆଇସି ସୁମିତ କୁମାର ସାହୁ, କନେଷ୍ଟବଳ ପ୍ରଫୁଲ୍ଲ କୁମାର ନାଗ, ଲଲିତା ଭୁଏ, ଶ୍ରୀପତି ନାୟକ ଓ କଣ୍ଟାବାଞ୍ଜି ଅବକାରୀ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ । ବ୍ଲକ ଅଞ୍ଚଳରେ ପ୍ରଥମ କରି ଏହି ଗଞ୍ଜେଇ ଜବତ ପରେ ମୁରିବାହାଲ ବ୍ଲକ ଅଞ୍ଚଳକୁ ବ୍ୟାପକ ଆକାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଇଛି ।

Leave A Reply

Your email address will not be published.